
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ୨୪୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୬ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ମଙ୍ଗଳବାର ୩ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୫୮ରେ ପହଁଚିଛି । ଜିଲ୍ଳାରୁ ସୋମବାର ୨୪୬ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୨ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୬ଜଣ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତ ୨୨୮ଜଣ ରହିଛନ୍ତି । ୧୨ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୪, ବେଗୁନିଆପଡା ୧, ଭଞ୍ଜନଗର ୨, ଛତ୍ରପୁର ୩ ଓ ରଙ୍ଗେଇଲୁଣ୍ଡା ବ୍ଲକ୍ରୁ ୨ଜଣ ରହିଛଡ଼୍ତି । ରାଜ୍ୟ ଫେରନ୍ତା ସମସ୍ତ ୬ଜଣ ଆସିକା ବ୍ଲକ୍ର ହୋଇଥିବା ବେଳେ ସେମାନେ ସୁରଥ ଓ ବାଙ୍ଗଲୋରରୁ ଆସିଛନ୍ତି । ୨୨୮ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨୬, ବେଗୁନିଆପଡା ୫, ବେଲଗୁଣ୍ଠା ୨, ବିଏମ୍ସି ୪୨, ଭଞ୍ଜନଗର ୭, ବୁଗୁଡା ୨, ଛତ୍ରପୁର ୧୭, ଚିକିଟି ୨୬, ଧରାକୋଟ ୩, ଦିଗପହଣ୍ଡି ୩, ଗଞ୍ଜାମ ୧୩, ହିଞ୍ଜିଳିକାଟୁ ୪, ଜଗନ୍ନାଥପ୍ରସାଦ ୯, କବିସୂର୍ଯ୍ୟନଗର ୧, ଖଲ୍ଲିକୋଟ ୨୨, କୁକୁଡାଖଣ୍ଡି ୪, ପାତ୍ରପୁର ୧୧, ପୋଲସରା ୪, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡା ୧୮, ସୋରଡା ବ୍ଲକ୍ରୁ ୬ ଓ ଅନ୍ୟାନ୍ୟ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୫୨୫୬ରେ ପହଞ୍ôଚଥିବା ବେଳେ ୧୫୮ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୩୦୮୪ରେ ପହଂଚିଛି । ଜିଲ୍ଲାରେ ଏବେ ୨୦୧୪ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।