
ବ୍ରହ୍ମପୁର: ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର କର୍ମକର୍ତ୍ତାଙ୍କ ତରଫରୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଆହ୍ୱାନକ୍ରମେ ମୋ ପରିବାରର ଜିଲ୍ଲା ସଂଯୋଜକ ସୁବାଶ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଅଶୋକ ନଗର, ପଡିଆ ସାହି ନିକଟ ନାୟକ ସାହି ଓ ଦଣ୍ଡକାଳୀମନ୍ଦିର ପଡିଆ ସାହିର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପରିବାରକୁ ମଙ୍ଗଳବାର ଚାରା ବଣ୍ଟନ କରାଯାଇଛି । ଘର ପିଛା ତୁଳସୀ, ଅଁଳା, ଡାଳିମ୍ବ ଗଛ ୩ଟି ଲେଖାଏଁ ପ୍ରଦାନ କରାଯାଇଛି । ଏହି ଗଛ ଲଗାଇବା ଦ୍ୱାରା ପରିବେଶ ସ୍ୱଚ୍ଛତା ରହିବା ସହ ଔଷଧିୟ ଜଳବାୟୁ ବସ୍ତିବାସିନ୍ଦା ପାଇପାରିବେ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ବଣ୍ଟନକରି ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି । ବ୍ରହ୍ମପୁର ସହରରେ ଆଗାମୀ ୩ମାସ ପର୍ଯ୍ୟନ୍ତ ଏଭଳି ବିଭିନ୍ନ ଚାରା ବଣ୍ଟନ କରାଯିବ । ସହରରେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଚାରା ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ସଂଯୋଜକ ଶ୍ରୀ ମହାରଣା ସୂଚନା ଦେଇଛନ୍ତି । ଅନୁଷ୍ଠିତ ଏହି ଚାରାବଣ୍ଟନ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା, ବିଜୟ ଭାସ୍କର ସିଂ ସାମନ୍ତ, ମୁକୁନ୍ଦ ଗୌଡ, ଜିଲ୍ଲା ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓ, ଯୁବନେତା ଏ.ସନ୍ତୋଷ ପାତ୍ର, କାଳୁ ମହାରଣା, ଧିରେଶ ମହାରଣା, ବିଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO