
ବ୍ରହ୍ମପୁର: ଗଞ୍ଜାମ କରୋନା ସଂକ୍ରମଣକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ହଟ୍ସ୍ପଟ୍ ହୋଇଥିବା ବେଳେ ସହରବାସୀ ଏବଂ ପ୍ରଶାସନ ସମସ୍ତେ ଚିନ୍ତାରେ ରହିଛନ୍ତି । ଏପରି କ୍ଷେତ୍ରରେ ବ୍ରହ୍ମପୁର ହସ କ୍ଲବ୍ ଗୁଣ୍ଡୁଚି ମୂଷା ଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛି । ହସ କ୍ଲବ୍ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ୩୦ହଜାର ଟଙ୍କାର ଏକ ଡ୍ରାଫ୍ଟ ଦିଆଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ କୋଭିଡ୍ ଫଣ୍ଡକୁ ୨୯,୨୦୦ଟଙ୍କାର ଡ୍ରାଫ୍ଟ ପ୍ରଦାନ କରାଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ବିନୋଦ ବେହେରାଙ୍କୁ ଉଭୟ ଡ୍ରାଫ୍ଟ ହସ କ୍ଲବ୍ ସଦସ୍ୟ ମାନେ ପ୍ରଦାନ କରିଛନ୍ତି । ଗତ ୫ ମାସ ଧରି ସରକାରଙ୍କ କଟକଣା ଅନୁସାରେ ହସ କ୍ଲବ୍ ବନ୍ଦ ଥିବା ବେଳେ ମଧ୍ୟ କ୍ଲବ୍ ସଦସ୍ୟ ମାନେ ସୋସିଆଲ୍ ମିଡିଆ ଜରିଆରେ ହସ ବ୍ୟାୟମ ଜାରି ରଖିଛନ୍ତି । ସୋସିଆଲ୍ ମିଡ଼ିଆ ଜରିଆରେ ବୈଠକ କରି ସମସ୍ତ ସଦସ୍ୟ ଏନେଇ ଆଲୋଚନା କରିଥିଲେ । ପରେ ନିଜ ଇଛା ମୁତାବକ ପ୍ରତ୍ୟେକ ସଦସ୍ୟ କିଛି ଅର୍ଥ ସହଯୋଗ କରିଥିଲେ । ମାତ୍ର କିଛି ଦିନ ମଧ୍ୟରେ ୬୯ହଜାର ଟଙ୍କା ଜମା ହୋଇଥିଲା ବୋଲି କ୍ଲବ୍ ସଭାପତି ଲଳିତ ମୋହନ ରାଜଗୁରୁ ସୂଚନା ଦେଇଛନ୍ତି । ଉପସଭାପତି ଧ୍ରୁବ ଚରଣ ସେଠୀ, ସମ୍ପାଦକ ନବୀନ ପଟନାୟକ, ଉପଦେଷ୍ଟା ପ୍ରଫେସର ଡମ୍ବୁରୁଧର ସାହୁ, କୋଷାଧ୍ୟକ୍ଷ ସୁଧିର ଚନ୍ଦ୍ର ରଥ ଉପସ୍ଥିତ ରହି ଏହି ଡ୍ରାଫ୍ଟ ପ୍ରଦାନ କରିଥିଲେ । ହସ କ୍ଲବ୍ର ଏହି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO