କେନ୍ଦୁଝର– କେନ୍ଦୁଝର ଜିଲ୍ଲାରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇିଁ ପ୍ରଥମ ପର୍ଯ୍ୟାୟ ରେ କେନ୍ଦୁଝର ଜିଲ୍ଲାରେ କରୋନାରୁ ରୁ ସୁସ୍ଥ ହୋଇଥିବା ୪ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି । କରୋନାରୁ ସୁସ୍ଥ ହୋଇଥିବା କୋଭିଡ ଯୋଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ୨୬ ବର୍ଷିୟ କବିତ୍ରା ଗ୍ରାମର ସୁଜନ ସାହୁ , ବଡବିଲ ମ୍ୟୁନିସପାଲଟି ର ୨୦ ବର୍ଷିୟ ମେହୁଲ ପ୍ରସାଦ, ୨୨ ବର୍ଷିୟ ଅଙ୍କିତ ଝା ଏବଂ ୨୧ ବର୍ଷିୟ ଗଗନ ଦୀପ ସିଂହ କଟକ ବଡ ଡାକ୍ତରଖାନାର ବ୍ଳଡ ଟ୍ରନ୍ସପ୍ୟୁଜନ ସେଟଂର ରେ ସୋମବାର ଦିନ ପ୍ଲାଜମା ଦାନ କରିଥିଲେ । ଏଭଳି ମହନୀୟ ତ୍ୟାଗ ପାଇିଁ କେନ୍ଦୁଝର ଜିଲ୍ଲାରେ ପ୍ଲାଜମା ସଂଗ୍ରହ ଦାୟିତ୍ୱରେ ଥିବା ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ କଟକ ପାନ୍ଥ ନିବାସ ଠାରେ ସଂପୃକ୍ତ ପ୍ଲାଜମା ଦାତାମାନଙ୍କୁ ସଂବର୍ଦ୍ଧିତ କରିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି । ଅନୁରୁପ ଭାବେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ମଧ୍ୟ ଉକ୍ତ ସଂପୃକ୍ତ ପ୍ଲାଜମାଦାତା ମାନଙ୍କର ମହନୀୟତା ପାଇିଂ ଉଚ୍ଚ ପ୍ରଶଂସା କରିବା ସହିତ ଅନ୍ୟ ମାନଙ୍କ ପାଇିଁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ ବିଶ୍ୱ ମହାମାରୀ କରୋନା ରୋଗର ଚିକିତ୍ସା ପାଇିଁ ପ୍ଲାଜମା ଥେରାପି ବରଦାନ ସଦୃଶ୍ୟ ହୋଇଛି । କରୋନାର ଉପଚାର ପାଇିଂ ଅଦ୍ୟବଧି କୌଣସି ଫଳପ୍ରଦ ଭେକସ୍ିନ ଉପଲବ୍ଧ ନଥିବା ବେଳେ ପ୍ଲାଜମା ଥେରାପି ଦ୍ୱାରା ଗୁରୁତର କରୋନା ରୋଗୀ ସୁସ୍ଥ ହୋଇ ପାରୁଛନ୍ତି । ଏଣୁ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନେ ସ୍ୱଇଛାରେ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ଏହି କ୍ରମରେ କେନ୍ଦୁଝର ଜିଲ୍ଲାରେ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ଙ୍କ ତତ୍ୱାବଧାନରେ ଏବଂ ଜିଲ୍ଲାପାଳ ଆଶିଷ ଠାକରେ ଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ଲାଜମା ଦାନ ଅଭିଯାନକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଜିଲ୍ଲାର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୟ ) ସନ୍ତୋଷ କୁମାର ନାୟକ ସୂଚନା ଦେଇଛନ୍ତି । ଏବଂ କରୋନାରୁ ସୁସ୍ଥ ହୋଇଥିବା କରୋନା ରୋଗୀମାନଙ୍କର ସମ୍ମତିନୁଯାୟୀ ଏହି ଅଭିଯାନ ସଫଳ ହୋଇ ପାରବି ବୋଲି ସେ କହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ସୁସ୍ଥ ହେଉଥିବା କରୋନା ରୋଗାମାନେ ସ୍ୱଛାରେ ପ୍ଲାଜମା ଦାନ କରି ଅନ୍ୟ ଅନ୍ୟ ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା କରିବାକୁ ଜିଲ୍ଲାପାଳ ଠାକରେ ନିବେଦନ କରିଥିଲେ ।