
ଜଟଣୀ – ଜଟଣୀର ଷଣ୍ଢପୁର ଠାରେ ମିଳିତ ମଜଦୁର ସଂଘ ପକ୍ଷରୁ ଏକ ୈବଠକ ଅନୁଷ୍ଠିତ ହୋଇଯାଇଛି । କିଷ୍ଟ କଲେଜ ଏମ୍ପୋଲୟର୍ସ ୟୁନିୟନ ସଭାନେତ୍ରୀ ଶାନ୍ତିଲତା ସେଠୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି ୈବଠକରେ ଭାରତୀୟ ମଜଦୁର ସଂଘ, କିଷ୍ଟ କଲେଜ ଏମ୍ପେ୍ଲାୟର୍ସ ୟୁନିୟନ, ପାଟିଲ ରେଳ ମଜଦୁର ସଂଘ ଓ ଅଂଗନୱାଡି କର୍ମଚାରୀ ସଂଘ ପ୍ରଭୃତିର ମିଳିତରେ ୈବଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିଷ୍ଟ କଲେଜର ଏମ୍ପେ୍ଲାୟର୍ସ ୟୁନିୟନ ନୂତନଭାବେ ଯୋଗଦେଇ ମିଳିତ ମଜଦୁର ମହାସଂଘରେ ସାମିଲ ହୋଇଥିଲା । ମଜଦୁରମାନେ ସେମାନଙ୍କର ପାରିଶ୍ରମିକ ପ୍ରାପ୍ୟ ଉଚିତ ଭାବରେ ପାଉନଥିବା ବେଳେ ସେମାନଙ୍କର ଇଏସ୍ଆଇ ଓ ଇପିଏଫ୍ ମଧ୍ୟ ଠିକ ଭାବରେ ମିଳୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ତେବେ ଏ ସବୁର ହକ୍ ଦେବା ପାଇଁ ଏହି ସଂଘ ବିଶେଷ ଉଦ୍ୟମ କରିବ ବୋଲି ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏମ୍ପେ୍ଲାୟର୍ସ ୟୁନିୟନର ସାଧାରଣ ସଂପାଦକ ପ୍ରତାପ ରାଉତ, ଭାରତୀୟ ମଜଦୁର ସଂଘର ମୁଖ୍ୟ ବିଜୟ ପାତ୍ର, ସଭାପତି ଗଣେଶ ଦାସ, ଉପ ସଭାପତି ବନିତାଜଂଳି ଦାସ, ସଫେଇ ୟୁନିୟନର ମାନସୀ ନାୟକ, ମଂଜୁ ନାୟକ ପ୍ରମୁଖ ଯୋଗଦେଇ ଥିବାବେଳେ ସେହିପରି ପାଟିଲ ରେଳ ମଜଦୁର ସଂଘର ସର୍ବେଶ୍ୱର ପରିଡା ଏବଂ ଅଂଗନୱାଡି କର୍ମଚାରୀ ସଂଘର ପ୍ରଭାତୀ ମଂଗରାଜ ପ୍ରଭୃତି ଯୋଗଦେଇଥିଲେ ।