
ବ୍ରହ୍ମପୁର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଡକାୟତି ଦଳ ସହରରେ ସକ୍ରୀୟ ହୋଇଛନ୍ତି । ପୋଲିସ ପାଟ୍ରୋଲିଂ ବେଳେ ଏକ ଡକାୟତି ଦଳର ୩ଜଣଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୩ଟି ଖଣ୍ଡା ସହ ୨ଟି ବାଇକ୍ ଜବତକରି ସେମାନଙ୍କୁ କୋର୍ଟଚାଲାଣ କରିଛି । ଏନେଇ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ବଡବଜାର ଥାନାର ସେକେଣ୍ଡ ଅଫିସ୍ର ଭସାତ ରଞ୍ଜନ ରାୟ ଏବଂ କିଛି ପୋଲିସ କର୍ମଚାରୀ ରାତି ଅଧିଆ ପାଟ୍ରୋଲିଂ କରୁଥିବା ବେଳେ ଦିଗପହଣ୍ଡି ରୋଡ୍ ନିକଟସ୍ଥ ଚନ୍ଦନିଆ ପାହାଡ ନିକଟରେ କିଛି ଯୁବକ ଡକାୟତ କରିବା ପାଇଁ ଯୋଜନା କରୁଥିଲେ । ବଡବଜାର ଥାନା ପାଟ୍ରୋଲିଂ ଗାଡି ସେଠାରେ ପହଞ୍ôଚଥିଲା । ପୋଲିସ ଘଟଣାସ୍ଥଳରୁ ୩ଜଣ ଯୁବକ ଗୋପାଳପୁର ଅଞ୍ଚଳର ଚନ୍ଦନ ପଟ୍ଟନାୟକ, ବ୍ରହ୍ମପୁର ମାଛ ବନ୍ଧ ଲେପର୍ସି କଲୋନୀର ଏମ୍.କୋଟେଶ୍ୱର ରାଓ ଏବଂ ବ୍ରହ୍ମପର ହରିଜନ ସାହିର କାଳିଆ ସେଠୀ ଓରଫ୍ ମୁଣ୍ଡାଙ୍କୁ ଗିରଫ କରିଛି । ଅନ୍ୟ ୨ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO