
ବ୍ରହ୍ମପୁର: ୭୪ତମ ସ୍ୱାଧିନତା ଦିବସ ଉପଲକ୍ଷେ ଇନର ହ୍ୱିଲ୍ କ୍ଲବ୍ ଅଫ୍ ବ୍ରହ୍ମପୁର ପକ୍ଷରୁ ଦେଶରକ୍ଷା ତଥା ସାମାଜିକ ସେବାରେ ନିଜକୁ ନିୟୋଜିତ କରୁଥିବା ଭାରତୀୟ ସେନା ବାହିନୀର ଦୱାନ ତଥା ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀଙ୍କୁ ସମ୍ମାନୀତ କରାଯାଇଛି । କ୍ଲବ୍ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ସେବାମୂଳକ କାର୍ଯ୍ୟରେ ନିୟୋଜିତ କର୍ମିଙ୍କୁ ଚୟନ କରାଯାଇ କିଛି ବ୍ୟକ୍ତିତ୍ୱଙ୍କୁ ସମ୍ମାନୀତ କରାଯାଇଥାଏ । ଚଳିତ ବର୍ଷ କ୍ଲବ୍ ପକ୍ଷରୁ ଭାରତର ବିଭିନ୍ନ ସ୍ଥାନରେ ଏଭଳି ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବ୍ରହ୍ମପୁରସ୍ଥିତ ଏହି କ୍ଲବ୍ ପକ୍ଷରୁ ପ୍ରଥମ ଓଡ଼ିଶା ସିଟିସିର ଦୱାନଙ୍କ ସମେତ ସିଟି ହାଇସ୍କୁଲର ଏନ୍ସିସି ଚିଫ୍ ଅଫିସ୍ର ଗୋପାଳକୃଷ୍ଣ ମିଶ୍ର ଓ କନଭେଣ୍ଟ ସ୍କୁଲର ସେକେଣ୍ଡ ଅଫିସ୍ର ପୁଷ୍ପିତାଙ୍କୁ ସମ୍ମାନୀତ କରାଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO