ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୫୫ରେ ପହଁଚିଛି । ଜିଲ୍ଳାରୁ ସୋମବାର ୨୪୩ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୮ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ଜଣେ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତ ୨୩୪ଜଣ ରହିଛନ୍ତି । ୮ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଲକ୍ରୁ ୧, ବିଏମ୍ସିରୁ ୨, ଭଞ୍ଜନଗରରୁ ୨, ଛତ୍ରପୁର ୨ ଓ କୁକୁଡାଖଣ୍ଡି ବ୍ଲକ୍ରୁ ଜଣେ ରହିଛନ୍ତି । ରାଜ୍ୟ ଫେରନ୍ତା ଜଣକ ବେଲଗୁଣ୍ଠା ବ୍ଲକ୍ର ହୋଇଥିବା ବେଳେ ସେ ସୁରଥ ଫେରନ୍ତା । ୨୩୪ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୧୦, ବେଗୁନିଆପଡା ୪, ବେଲଗୁଣ୍ଠା ୧୫, ବିଏମ୍ସି ୩୦, ଭଞ୍ଜନଗର ୧୧, ବୁଗୁଡା ୧, ଛତ୍ରପୁର ୨୦, ଚିକିଟି ୨୫, ଧରାକୋଟ ୩, ଦିଗପହଣ୍ଡି ୧, ଗଞ୍ଜାମ ୧୩, ହିଞ୍ଜିଳିକାଟୁ ୧୨, ଜଗନ୍ନାଥପ୍ରସାଦ ୬, କବିସୂର୍ଯ୍ୟନଗର ୧, ଖଲ୍ଲିକୋଟ ୭, କୁକୁଡାଖଣ୍ଡି ୫, ପାତ୍ରପୁର ୭, ପୋଲସରା ୧୧, ପୁରୁଷୋତ୍ତମପୁର ୩, ରଙ୍ଗେଇଲୁଣ୍ଡା ୩୫, ସାନଖେମୁଣ୍ଡି ୬, ଶେରଗଡ ୨, ସୋରଡା ବ୍ଲକ୍ରୁ ୩ ଓ ଅନ୍ୟାନ୍ୟ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୫୦୧୦ରେ ପହଞ୍ôଚଥିବା ବେଳେ ୧୫୫ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୨୯୨୮ରେ ପହଂଚିଛି । ଜିଲ୍ଲାରେ ଏବେ ୧୯୨୭ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
November 23, 2024