

କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ମା ଶଙ୍ଖେଶ୍ୱରୀ ବ୍ୟବସାୟ ମହାସଂଘ ର ୭୪ ତମ ସ୍ୱାଧୀନତା ଦିବସ କୋଭିଡ ନିୟମ ଅନୁଯାୟୀ ପାଳନ କରାଯାଇଛି |ଏଥିରେ ସଂଘର ଉପଦେଷ୍ଠା ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ ମହୋଦୟ ପତାକା ଉତୋଳନ କରିବା ସହିତ ସମସ୍ତେ ଭାଇ ଚାରା ରଖି ଚଳିବା ପାଇଁ ଅଭିଭାଷଣ ଦେଇଥିଲେ |ସଭାପତି ହରିହର ପାଢ଼ୀ କୋଭିଡ ନିୟମ ମାନି ବ୍ୟବସାୟ କରି ଚଳିବା ପାଇଁ ନିଜ ଅଭିଭାଷଣରେ ମତ ରଖିଥିଲେ |ଏଥିରେ ଉପ-ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ, ସହ ସଂପାଦକ ଜଗନ୍ନାଥ ଦାଶ, କୋଷାଧକ୍ଷ ଚିରଞ୍ଜନ ମଙ୍ଗରାଜ ଉପସ୍ଥିତ ଥିଲେ |ସମ୍ପାଦକ ପ୍ରମୋଦ କୁମାର (ନାଲିଆ )ସଦା ସର୍ବଦା ମହାସଂଘର ବ୍ୟବସାୟୀ ମାନଙ୍କର ଉର୍ନ୍ନତି ପାଇଁ ଏହରହ ଚେଷ୍ଟା କରିବେ ବୋଲି ଅଭିଭାଷଣ ଦେଇଥିଲେ |ଶେଷରେ ସଭାପତି ହରିହର ପାଢ଼ୀ ଏହି କାର୍ଯ୍ୟକ୍ରମକୁ ସମ୍ପର୍ଣ୍ଣ କରିଥିଲେ |