
ମାଲକାନଗିରି-ମାଲକାନଗିରି ରେ ମହାମାରୀ କରୋନା ସମୟରେ କେତେ ଜଣେ ଚର୍ଚ୍ଚିତ ଅଫିସର ଙ୍କ ମଧ୍ୟରେ ରହିଛନ୍ତି କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ।କରୋନା ମହାମାରୀ ଆରମ୍ଭ ହେବାଠାରୁ ନିଜ ପରିବାର ଲୋକଙ୍କ କଥା ଭୁଲି ନିଜ କର୍ତବ୍ୟ ରେ ଅବହେଳା କରିନାହାନ୍ତି lପ୍ରବାସୀ ଓଡ଼ିଆ ଶ୍ରମିକମାନେ ପ୍ରତ୍ୟକ ଦିନ ହଜାର ହଜାର ସଂଖ୍ୟାରେ ସିଲେରୁ ଓ ସାବେରୀ ନଦୀଦେଇ ଓଡିଶା ସୀମା ମୋଟୁ ଠାରେ ପହଂଚିବା ପରେ ସେଠାରେ କଠିନ ହେଲେ ବି ଶ୍ରୀ ଅନୁଗୁଳିଆ ଅତି ସହଜରେ କୋଭିଡ – ୧୯ କାର୍ଯ୍ୟ ସୁଚାରୁଭାବେ ନିର୍ବାହ କରି ପ୍ରବାସୀ ଓଡ଼ିଆଙ୍କୁ ସେ ଯେଉଁ ସେବା ପ୍ରଦାନ କରିଛନ୍ତି, ତାହା ବିଗତ ଦିନରେ ଅବର୍ଣ୍ଣନୀୟ ହୋଇ ରହିଛି ! କାଲିମେଳା ତହସିଲ ଅଧୀନରେ ଥିବା ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯାଇ ସେ କରୋନା ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟିକରି ଆସୁଅଛନ୍ତି, !ଯେଉଁ ଅଂଚଳରେ କି ଏଥିପୁର୍ବେ କୌଣସି ତହସିଲଦାରଙ୍କ ପାଦ ପଡି ନ ଥିଲା। ଆଉମଧ୍ୟ ପ୍ରତ୍ୟକ ଦିନ ସନ୍ଧ୍ୟାରେ ସେ ବରିଷ୍ଠ ନାଗରିକଙ୍କ ସହ କଥାହେଇ ସେମାନଙ୍କ ମନବଳକୁ ସୁଦୃଢ଼ କରୁଛନ୍ତି। ସାଧାରଣ ଲୋକଙ୍କ ପାଇଁ କଣ କରାଯାଇ ପାରିଲେ ସେମାନେ ଏହିଭଳି ମହାମାରୀରୁ ରକ୍ଷା ପାଇ ପାରିବେ ସେଥିପାଇଁ ସବୁବେଳେ ଚେଷ୍ଟା କରିଆସିଛନ୍ତି ଏବଂ କାହାର ଚିକିତ୍ସା କଥାହେଉ କିମ୍ବା କୌଣସି ଗରିବ ଛାତ୍ରଛାତ୍ରୀର ପାଠପଢ଼ାରେ ସମସ୍ୟା ଥାଉ, ସମସ୍ତଙ୍କୁ ସାହାଯ୍ୟକରି ଆସୁଥିବା ଶ୍ରୀ ଅନୁଗୁଳିଆ ଜଣେ ଉତ୍ତମ ହୃଦୟଥିବା ବ୍ୟକ୍ତିଭାବେ ଅଞ୍ଚଳରେ ସୁପରିଚିତ। ଏଥିପାଇଁ ତାଙ୍କ ପୂର୍ବ କାର୍ଯ୍ୟସ୍ଥଳୀ କୋରାପୁଟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ସମୟରେ ଜିଲ୍ଲାର ଉତ୍ତମ ପ୍ରଶାସନିକ ଅଧିକାରୀ ଭାବେ ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ସମ୍ମାନିତ ହେଇଛନ୍ତି। ଚଳିତ ବନ୍ୟା ସମୟରେ ଲୋକମାନଙ୍କ ସୁବିଧା ପାଇଁ କାର୍ଯ୍ୟ କରିଆସୁଛନ୍ତି l ଘର ଭାଙ୍ଗି ଯାଇଥିବା ଲୋକମାନଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବା ସହ ଅନ୍ୟନ୍ୟ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି ଏଣୁ ଏ କୋଭିଡ – ୧୯ ମହା ସଂଗ୍ରାମରେ ନିଷ୍ଠା ଓ ଦକ୍ଷତାରସହ ଅସ୍ତ୍ରଚାଳନା କରିଥିବା ଲୋଭନୀୟ ବ୍ୟକ୍ତିତ୍ୱ, ବ୍ୟବହାର ଓ ଆଚରଣରେ ନମନୀୟ କାଲିମେଳାର ଯୁବ ତହସିଲଦାର ଶ୍ରୀ ଆଲୋକ କୁମାର ଅନୁଗୁଳିଆଙ୍କୁ ଶ୍ରେଷ୍ଠ କରୋନା ଯୋଦ୍ଧାଭାବେ ରାଜ୍ୟ ସରକାରଙ୍କ ତରଫରୁ ସମ୍ମାନିତ କରିବାକୁ ସାଧାରଣରେ ଦାବୀ ହେଉଛି !