
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ୨ ଜଣ ଏଟିଏମ୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏମାନେ ୨୦୧୧ ମସିହାରୁ ବିଭିନ୍ନ ଏଟିଏମ୍ ଲୁଟ୍ ଘଟଣାରେ ଜଡ଼ିତ ଥିଲେ । କେବଳ ଏହି ଅଂଚଳରେ ନୁହେଁ ବରଂ ବିଭିନ୍ନ ସ୍ଥାନରେ ସମାନ ଢ଼ଙ୍ଗରେ ଏଟିଏମ୍ ଲୁଟ୍ କରି ଲକ୍ଷ ଲକ୍ଷ ଟଙ୍କା କମାଇ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ସହ ଦାମି କାର୍, ଦାମି ମଦ ଓ ମାଉଜରରେ ବ୍ୟବହୃତ ବିଦେଶୀ ମ୍ୟାଗାଜିନ୍ ଚୋରା କାରବାର କରି ନିଜର କାୟା ବିସ୍ତାର କରି ଚାଲିଥିଲେ । ପୋଲିସ ସେମାନଙ୍କ ନିକଟରୁ ବନ୍ଧୁକ ଗୁଳି ସହିତ କାର୍ ଓ ୭୦ ହଜାର ଟଙ୍କାର ଦାମି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକର ଘର ପୋଲସରା ବ୍ଲକ୍ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମରେ ହୋଇଥିବା ବେଳେ ଶ୍ୱଶୁର ଘର ବ୍ରହ୍ମପୁର କମାପଲ୍ଲୀ ଅଂଚଳରେ । ଅନ୍ୟ ଜଣକ ବାବଦରେ ଅଧିକ ତଥ୍ୟ ମିଳିପାରିନାହିଁ ।
ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ବିଭିନ୍ନ ଥାନାର ଏଟିଏମ୍ ରୁ ଟଙ୍କା କାଢ଼ିବା ପାଇଁ ବୃଦ୍ଧ ଏବଂ ଏଟିଏମ୍ ରୁ ଟଙ୍କା ଉଠାଣ ଜାଣିନଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ଏମାନେ ଟଙ୍କା ଲୁଟୁ ଥିବା ଜଣାପଡିଛି । ପୋଲିସ ଏହି ଲୁଟେରା ଗ୍ୟାଙ୍ଗର ପ୍ରଭାକର ପ୍ରଧାନକୁ ପ୍ରଥମେ ଗିରଫ କରି କୋର୍ଟଚାଲାଣ କରିଥିଲା । ପରେ ଆଜି ମନୋଜ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଏଟିଏମ୍ ରୁ ବୃଦ୍ଧ ଲୋକମାନେ ଟଙ୍କା ଉଠାଣ ପାଇଁ ଗଲାବେଳେ ଏହି ଲୁଟେରା ମାନେ ସେମାନଙ୍କୁ ଟାର୍ଗେଟ୍ କରିବା ସହ ଟଙ୍କା ଉଠାଣ କରି ଦେବି କହି ଏଟିଏମ୍ ପିନ୍ ନମ୍ବର ଚୋରି କରିବା ସହ ସେମାନଙ୍କୁ ନକଲି ଏଟିଏମ୍ କାର୍ଡ଼ ଫେରସ୍ତ କରୁଥିଲେ । ପରେ ଅସଲି ଏଟିଏମ୍ କାର୍ଡ଼ ବ୍ୟବହାର କରି ଅତି ସହଜରେ ଟଙ୍କା ଉଠାଣ କରି ଆସୁଥିଲେ । ଘଟଣାରେ ଜଡ଼ିତ ଅନ୍ୟତମ ଅଭିଯୁକ୍ତ ଶଙ୍କର ସାହୁ ସମ୍ପ୍ରତି ଫେରାର୍ ରହିଛି । ଗିରଫ ମନୋଜ ଓ ପ୍ରଭାକରଙ୍କୁ ପୋଲିସ ରିମାଣ୍ଡରେ ଆଣି ଅଧିକ ପଚରା ଉଚୁରା କରିବ ବୋଲି ସୂଚନା ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO