ବେଲଗୁଣ୍ଠା-୧୬/୮-ତାସ୍ ଖେଳୁଥିବା ସମୟରେ ସାମାନ୍ୟ କଥାକୁ ନେଇ କଥା କଟାକଟି ହେବା ସହ ଜଣେ ଯୁବକକୁ ବାପା ଓ ଦୁଇ ପୁଅ ମିଶି ଖଣ୍ଡା ଓ ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।ଖବରରୁ ଜଣାପଡିଛି ଯେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମର କିଛି ଲୋକ ସିକ୍ୟୁଏନ୍ସ ଖେଳୁଥିଲେ ।ଖେଳରେ ବସିବା ପାଇଁ ଏକ ଅଖାକୁ ମହେଶ୍ବର ଜେନା ଓ ଅନୀଲ ସେଠୀ ଉଭୟେ ଝିକାଝିକି ହୋଇଥିଲେ ।ପ୍ରଥମେ ମୁଥ ମରାମରି ହୋଇଥିଲେ ।ଫଳରେ ମହେଶ୍ବରର ୨ ପୁଅ ଜିତୁ ଜେନା ଓ ମିଥୁନ ଜେନା ଉଭୟେ ଏକ ଖଣ୍ଡା ଓ ଠେଙ୍ଗା ଆଣି ଅନୀଲର ମୁଣ୍ଡ ଓ ହାତକୁ ଆକ୍ରମଣ କରିଥିଲେ ।ଫଳରେ ଅନୀଲର ମୁଣ୍ଡ ଫାଟି ରକ୍ତସ୍ରାବ ହେବାସହ ଡାହାଣ ହାତରେ ଆଘାତ ଲାଗିଥିଲା ।ଅନୀଲର ପ୍ରତିଆକ୍ରମଣରେ ମହେଶ୍ବର ର ସାନପୁଅ ମିଥୁନର ପିଠି ଓ ଡେଣାରେ ଆଘାତ ଲାଗିଥିବା ଜଣାପଡିଛି । ଅନୀଲକୁ ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭଞ୍ଜନଗରରେ ମେଡିକାଲ ଯିବା ପାଇଁ ଡାକ୍ତର ପରାମର୍ଶ । ଏନେଇ ଅନୀଲ, ମହେଶ୍ବର ତାଙ୍କ ପୁଅ ଜିତୁ ଓ ମିଥୁନ ନାମରେ ଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ।ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗିରହିଛି ।ପୋଲିସ ଘଟଣାର ତଦନ୍ତ କରୁଛି ।
ଶିବରାମ ଚୌଧୁରୀ