-
୨ କରୋନା ଯୋଦ୍ଧାଙ୍କ ପତ୍ନୀଙ୍କୁ ଏବଂ ୩୦ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ଆମ ଜିଲ୍ଲାକୁ ଚାରିଲକ୍ଷରୁ ଅଧିକ ପ୍ରବାସୀ ଫେରିଛନ୍ତି । ସେମାନଙ୍କର ସମସ୍ତ ଦାୟିତ୍ୱ ସୂଚାରୁ ରୂପେ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇ କରୋନା ସଂକ୍ରମଣକୁ ରୋକିବା ଦିଗରେ ଆହରହ ପ୍ରୟାୟ ଚାଲିଛି । ଆମ ଜିଲ୍ଲାର ଡାକ୍ତର, ପୁଲିସ, ବିଡିଓ, ତହସିଲଦାର, ସ୍ୱାସ୍ଥ୍ୟ କର୍ମଚାରୀ ଏଭଳି ଅନେକ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମଣର ଭୟକୁ ଖାତିର ନକରି ଜିଲ୍ଲାର ଜନ ଜୀବନକୁ ବଞ୍ଚାଇବା ଦିଗରେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଆଜି କରୋନା ସହ ଲଢିବାକୁ ହେଲେ, ଆମକୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଆସନ୍ତୁ, ସମସ୍ତ ଜିଲ୍ଲାବାସୀ ଆଜିର ଦିନରେ ଶପଥ ନେବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାନିଟାଇଜେସନ୍ କରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ଅତି ଜରୁରୀ ନହେଲେ ଘରୁ ବାହାରକୁ ଯିବା ନାହିଁ ତେବେ ଯାଇ ଏହି ମହାମାରୀ ଲଢେଇରେ ଜିତି ପାରିବା ବୋଲି ଜଣାଇଥିଲେ ।
ଏହି ପ୍ୟାରେଡ୍ ଟିରେ ମୁଖ୍ୟ ଅତିଥିଙ୍କ ସହିତ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରାଏ ଉପସ୍ଥିତ ଥିଲେ । ପ୍ୟାରେଡିକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋମ୍ ଗାର୍ଡ ଗଞ୍ଜାମ ମାନସ ରଞ୍ଜନ ମହାନ୍ତି ପ୍ୟାରେଡ୍ କମାଣ୍ଡ କରିଥିଲେ । ତାଙ୍କୁ ପ୍ୟାରେଡ୍ ପରିଚାଳନାରେ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସଞ୍ଜୟ କୁମାର ବାରିକ ସହଯୋଗ କରିଥିଲେ । ପ୍ୟାରେଡ୍ ପରେ ପରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧା ତଥା ଆସିକା ମଝିଦାଣ୍ଡ ସାହିର ଶିକ୍ଷକ ସ୍ୱର୍ଗତ ଗୌରହରୀ ବେହେରାଙ୍କ ପତ୍ନା ବାସନ୍ତୀ ବେହେରା, ବେଲଗୁଣ୍ଠା ବ୍ଲକ ଗୁମୁଛାଇ ପଞ୍ଚାୟତ ସରପଞ୍ଚ ସ୍ୱର୍ଗତ ମନୋଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ସୁନିତା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ପ୍ଲାଜ୍ମା ଦାନି କରିଥିବା ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍ ଏବଂ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ କରୋନା ସମୟରେ ଉତ୍ତମ କାମ କରିଥିବା ନେଇ ସ୍ୱାସ୍ଥ୍ୟ, ପୁଲିସ, ଅଙ୍ଗନବାଡି, ଆଶା, ଶିକ୍ଷକ, ସଫେଇ କର୍ମଚାରୀ ଏବଂ ପରିବହନ ବିଭାଗର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ରାମଚନ୍ଦ୍ର ମହାପାତ୍ର, ବେଲଗୁଣ୍ଠା ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଆୟୁଷ ମେଡିକାଲ ଅଫିସର ଡାକ୍ତର ସରୋଜ ପ୍ରଧାନ, ଜିଲ୍ଲା ଡାଟା ମ୍ୟାନେଜର ପ୍ରଫୁଲ କୁମାର ପାତ୍ର, ଜିଲ୍ଲା ମାଇକ୍ରୋବାୟଲୋଜିଷ୍ଟ ପଲ୍ଲଭୀ ପତି, ଏମ୍ପିଏଚ୍ଏସ୍ ଅମୀର କୁମାର ଦାଶ, ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ନିରଞ୍ଜନ ପାତ୍ର, ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାପ୍ ନର୍ସ ସସ୍ମିତା ନାୟକ, କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏମ୍ପିଏଚ୍ଡବ୍ଲୁ ରବୀନ୍ଦ୍ର ପ୍ରଧାନ, କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଚ୍ଡବ୍ଲୁ ଅହଲ୍ୟା ଦାସ, ସିଟି ହସ୍ପିଟାଲର ଲେବ୍ରୋଟାରୀ ବିଶେଷଜ୍ଞ କବିରାଜ ପ୍ରଧାନ, ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭିବିଡିଟିଏସ୍ ଦୀପକ କୁମାର ମହାପାତ୍ର, ପୋଲସରା ବ୍ଲକ ଏସ୍.ବରଗାଁ ଆଶାକର୍ମୀ ଝୁନୁ ସାହୁ, ଚିକିଟି ବ୍ଲକ ସୁରଳ ଆଶାକର୍ମୀ ଜ୍ୟୋର୍ତିମୟୀ ବେହେରା, ୧୦୮ ଆମ୍ବୁଲାନ୍ସର ଇଏମ୍ଟି ଆର୍.ଚିତ୍ରସେନ, ଶିକ୍ଷା ବିଭାଗର ରଙ୍ଗେଇଲୁଣ୍ଡା ବ୍ଲକ ପଦ୍ମପୁର ଏନ୍ୟୁପିଏସ୍ ପ୍ରଧାନଶିକ୍ଷକ ଖଲୀ ଜାନୀ, ଛତ୍ରପୁର ବ୍ଲକ ନାଉଳୀ ୟୁପିଏସ୍ର ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା, କୁକୁଡାଖଣ୍ଡି ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସସ୍ମିତାରାଣୀ ମିଶ୍ର ଓ ଶେରଗଡ ବ୍ଲକ କୁରୁଳା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅନନ୍ତରାମ ଦାସ, ପରିବହନ ବିଭାଗର ଗଞ୍ଜାମ ଏମ୍ଭିଆଇ ଶାନ୍ତନୁ କୁମାର ପରିଡା, ଭଞ୍ଜନଗର ଏମ୍ଭିଆଇ ଶୁଭେନ୍ଦୁ ରଞ୍ଜନ ରାୟ ଓ ଗଞ୍ଜାମ ଆସିଷ୍ଟାଣ୍ଟ ଆରଟିଓ ଅରୋବିନ୍ଦ ନାୟକ, ଜିଲ୍ଲା ସାମାଜିକ ମଙ୍ଗଳ ବିଭାଗ ଅଧୀନର ହିଞ୍ଜିଳି ସମନ୍ୱିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ଖଣ୍ଡରା-୧ ଅଙ୍ଗନବାଡି କର୍ମୀ ରମା ସାହୁ, ପାତ୍ରପୁର ସମନ୍ୱିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ବଳରାମପୁର ଅଙ୍ଗନବାଡିକର୍ମୀ ଅନ୍ନପୂର୍ଣ୍ଣା ଚୌଧୂରୀ ଓ ବୁଗୁଡା ସମନ୍ୱିତ ମହିଳା ଓ ଶିଶୁ ପ୍ରକଳ୍ପର ଏନ୍.କଡପଡା ଅଙ୍ଗନବାଡି କର୍ମୀ ରଶ୍ମିତା ପ୍ରଧାନ, ଛତ୍ରପୁର ଏନ୍ଏସିର ପରିମଳ ନୀରିକ୍ଷକ ଗୌରହରୀ ପଣ୍ଡା ଓ ସଫେଇ କର୍ମଚାରୀ ରବୀନ୍ଦ୍ର କୁମାର ନାୟକ ଏବଂ ପୁଲିସ ବିଭାଗର ଚମାଖଣ୍ଡି ଥାନାର ମହିଳା କନେଷ୍ଟବଲ ନକ୍ଷତ୍ରମାଳା ସାହୁ ଓ ଆସିକା ଥାନାର ମହିଳା କନେଷ୍ଟବଲ ସ୍ୱପ୍ନା ବେହେରା ପ୍ରମୁଖଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ପରେ ପରେ ଅତିଥିଙ୍କ ଦ୍ୱାରା ଚାରାରୋପଣ କରାଯାଇଥିଲା । ଓଏସ୍ଏପି ଅଷ୍ଟମ ବାଟାଲିଅନ୍ ଛତ୍ରପୁର, ଆର୍ମେଡ୍ ପୁଲିସ ରିଜର୍ଭ ଏବଂ ଅଷ୍ଟମ ବାଟାଲିଅନ୍ ଓ ଗଞ୍ଜାମ ପୁଲିସର ମିଳିତ ପୁଲିସ ବ୍ୟାଣ୍ଡପାର୍ଟି ଅଂଶ ଗ୍ରହଣ କରିଥିଲେ ।