ନ୍ଧମାଳ- ୨୦୦୮ ମସିହାରେ କନ୍ଧମାଳ ଜିଲାରେ ହୋଇଥିବା ଦଙ୍ଗାର ଏକ ମାମଲାର ବିଚାର ବାଲିଗୁଡ଼ା ଅତିରିକ୍ତ ଦୌରାଜର୍ଜ ଅରବିନ୍ଦ ପଟ୍ଟନାୟକଙ୍କ ଇଜିଲାସରେ ଅନୁଷ୍ଠିତ ହୋଇଥିବା ବେଳେ ୧୧ ଜଣ ସାଖିଙ୍କ ବୟାନକୁ ଭିତିକରି ଅଭିଯୁକ୍ତ ପ୍ରକାଶ ପ୍ରଧାନକୁ ୬ ମାସ ଜେଲଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ଦଫା ୧୪୮ ଅନୁସାରେ ଦଙ୍ଗାରେ ତାର ସମ୍ପୃକ୍ତି ଥିବା ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । \nସୂଚନା ପ୍ରକାରେ, ଗତ ୩୦.୮.୨୦୦୮ ତାରିଖ ଦିନ ପ୍ରାୟ ୨.୩୦ରେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କରଣ୍ଡାବାଡ଼ି ଗ୍ରାମରେ କିଛି ଦଙ୍ଗାକାରୀମାନେ ରାଜାବନ ପ୍ରଧାନ ଓ ଅନ୍ୟ ମାନଙ୍କ ଉପରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ରାଜାବନ ଓ ତାଙ୍କ ଭାଇ ଯାକବ ପ୍ରଧାନଙ୍କର ଘର କ୍ଷତିଗ୍ରସ୍ତ ହୋଇଥିଲା । ଏନେଇ ରାଜୀବନ ଥାନାରେ ଏତଲା ଦେଇଥିବା ବେଳେ ଘଟଣା ପରଠାରୁ ଅଭିଯୁକ୍ତ ପ୍ରକାଶ ପ୍ରଧାନ ଫେରାର୍ ହୋଇଯାଇଥିଲା । ଦୀର୍ଘବର୍ଷ ପରେ ୱାରେଣ୍ଟ ଣ୍ଟବଳରେ ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ମାମଲାର ଶୁଣାଣି ପରେ ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଥିବା ସ୍ୱତନ୍ତ୍ର ପିପି ବିଜୟ କୃଷ୍ଣ ପଟନାୟକ ସୂଚନା ଦେଇଛନ୍ତି ।

Related Stories
November 24, 2024
November 24, 2024