
ପୁରୀ– ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ ଥାନା ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବିଶେଷ କରି ପୋଲିସର ରାତ୍ରକାଳୀନ ପାଟ୍ରୋଲିଂ ଅଭାବରୁ ଅଂଚଳରେ ଚୋରୀ ବଢିଛି । ଗତଗାଲି ବିଳମ୍ବିତ ରାତିରେ ଦୁର୍ବୃତ ମାନେ ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ଫାଣ୍ଡି ଅଧିନ ସାତଶଙ୍ଖ ହାଟରେ ଥିବା ପ୍ରତାପ ସାହୁଙ୍କ ଜାଗେଶ୍ୱରୀ ଗ୍ଲୋସରୀ ସପ୍ ରେ ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ନଗଦ ଟଙ୍କା ଲୁଟି ନେବା ସହ ଦୋକାନରେ ନିଆଁ ଲଗାଇ ଦେଇଛନ୍ତିି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଏନେଇ ଦୋକାନ ମାଲିକ ସାତଶଙ୍ଖ ଫାଣ୍ଡିରେ ଏତଲା କରିଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ଦୁଇ ସପ୍ତାହ ହେଲା କ୍ରମାଗତ ଭାବେ ଏଭଳି ଚୋରୀ ବଡିଛି । ତେବେ ଏଥର ଦୁର୍ବୃତ ମାନେ ଦୋକାନର ସିସିଟିଭି ଭାଙ୍ଗିବା ସହ ଦୋକାନରେ ପଶି ଲକ୍ଷାଧିକ ଟଙ୍କକା ମୂଲ୍ୟର ଗ୍ରୋସରୀ ସାମଗ୍ରୀ ଲୁଟି ନେଇଛନ୍ତି । ଏପରିକି ସବୁକିଛି ଲୁଟିନେବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ।
ପ୍ରକାଶ ଥାଉ କି, ଗତ ୧୦ ତାରିଖ ରାତିରେ ସତ୍ୟବାଦୀ ଅଂଚଳରେ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିଲା । ସାକ୍ଷିଗୋପାଳ ବଡବଜାର ଗୋପାଳପୁର ପାଟଣା (ହୋତାସାହି) ନିକଟରେ ଥିବା ପ୍ରତ୍ୟେକ୍ଷ ଠାକୁରାଣୀ ମା ମଉନେଇଁଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଚୋରି ହୋଇଥିଲା । ଦୁର୍ବୃତ ମାନେ ବିଳମ୍ବିତ ରାତିରେ ମନ୍ଦିର ପଛ କବାଟର ତାଲା ଭାଙ୍ଗି ପ୍ରଥମେ ମନ୍ଦିର ଭିତରେ ପଶିଥିଲେ । ଏହା ପରେ ହୁଣ୍ଡି ବାକ୍ସ ଭାଙ୍ଗି ଦାନ ଟଙ୍କା ଲୁଟି ନେଇଥିଲେ । ଏନେଇ ସତ୍ୟବାଦୀ ଥାନାରେ ଏତଲା ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ୱର ସିଂହ ଏ ଦିଗରେ ଦୃଷ୍ଟି ଦେବା ସହ ଏହି ଦୁଇ ଥାନା ଅଂଚଳରେ ରାତ୍ରକାଳୀନ ପେଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ପଦକ୍ଷେପ ନେବାକୁ ଦାବି ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO