
ମାଲକାନଗିରି -ମାଲକାନଗିରି ଜିଲ୍ଲାରେ ଗତ ୬ ଦିନ ଧରି ଲଗାଣ ବର୍ଷା ଲାଗିରହିଥିବାରୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି !ଜିଲ୍ଲାର ବିଭିନ୍ନ ରାସ୍ତାରେ ଥିବା ପୋଲ ଗୁଡିକ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି ଜିଲ୍ଲା କୁ ଯୋଗ ଯୋଗ ସମ୍ପୂର୍ଣ ଭାବେ ବିଛିନ୍ନ ହୋଇପଡିଛି !ଗତ ପାଞ୍ଚଦିନ ହେଲା ମାଲକାନଗିରି -ମୋଟୁ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା,ଏମଭି ୯ ୬,ପୋଲ ଓ କାଲିମେଳା -ପଡିଆ ରାସ୍ତାର କନ୍ୟାଶ୍ରମ ପୋଲ ଠାରେ ୫ ଫୁଟ ଉଚରେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ଏହି ରାସ୍ତାରେ ଗାଡି ଗୋଡ଼ା ଚଳାଚଳ ବନ୍ଦ ରହିଛି !ଗତକାଲି ସନ୍ଧ୍ୟାରେ ପୋଟେରୁ ଓ ପାଙ୍ଗାମ ପୋଲରେ ବନ୍ୟାଜଳ କମିବାରୁ ଯାନବାହାନ ଚଳପ୍ରଚଳ କରିଥିଲା !ଆଜି ସକାଳୁ ପୁଣି ଏହି ଦୁଇଟି ପୋଲ ଉପରେ ତିନି ଫୁଟ ଉଚରେ ବନ୍ୟା ଜଳ ଯାଉଥିବା ଦେଖିବାକୁ ମିଳିଛି !ଫଳରେ ଏହି ରାସ୍ତାରେ ମଧ୍ୟ ଗାଡି ଚଳାଚଳ ବନ୍ଦ ରହିଛି !ଗତ ଚାରି ଦିନ ହେଲା ବିହାର ରୁ ଏକ ବସରେ ଆନ୍ଧ୍ର ପ୍ରଦେଶ ବିଜୟବାଡା ଏଲଏନଟି କମ୍ପାନୀ କୁ ଯାଉଥିବା ୫ 0ଜଣ କର୍ମଚାରୀ କାଙ୍ଗୁରିକୋଣ୍ଡା ଠାରେ ଫସିରହିଛନ୍ତି !ପ୍ରଶ୍ନ ପକ୍ଷରୁ ଆମ୍ବକୁ କୋଣସି ସହାୟତା ଏପର୍ଯ୍ୟନ୍ତ ଯୋଗାଇଦିଆଯାଇନାହିଁ !ଏମାନେ ନିକଟରେ ଥିବା ଦୋକାନ ବାରଣ୍ଡାରେ ଶୋଇବାସହ ପାଖ ଏକ ଦୋକାନୀ କୁ ନେହୁରା ହେବାରୁ ସେ ଦୁଇବଳି ରୋଷେଇ କରି ଖାଇବାକୁ ଦେଉଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି !