କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଶ୍ରୀ ଜଗନ୍ନାଥ ସେନାର ଆବାହକ ଆଡ଼ଭୋକେଟ ପ୍ରିୟଦର୍ଶନ ପଟ୍ଟନାୟକ ଙ୍କ ନେତୃତ୍ୱରେ ୧୮ ଜୁନରେ ପୁରୀରେ ହୋଇଥିବା ଧାରଣା ଆଜି କିଛି ମାସ ବିତିଗଲା ପରେ ଆଜି ଟାଉନ ଥାନା ତରଫରୁ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ବିରୋଧରେ ମାମଲା କରି ନୋଟିସ ଦିଆଯାଇଛି |ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ ଟାଉନ ଥାନା ପୋଲିସ କାଲି ମୋତେ ଡକାଇ ଥିଲେ ଯେ ତୁମ ନାମରେ ମାମଲା ଅଛି |କାଲି ଆସିଥିଲୁ ସେମାନେ କହିଲେ ଆଜି ଆସିବା ପାଇଁ ହେଲେ ଆଜି ଦିନ ୧0ଟା ସମୟରୁ ଆସି ବସିଛୁ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ନ ଥିଲେ କେଉଁ କାମରେ ଯାଇଥିଲେ |ସେ ଆସିବା ପରେ ଆମେ ଜାଣିଲୁ ଯେ ରଥଯାତ୍ରା ସମୟରେ ଆମେ ଯେଉଁ ଆନ୍ଦୋଳନ କରିଥିଲୁ ମହାପ୍ରଭୁ ଙ୍କର ରଥଯାତ୍ରା ହେବାପାଇଁ |ସେଥିରେ ଆମେ କୁଆଡେ କରୋନା ବ୍ୟାପକ ସଂକ୍ରମଣ କରେଇଥିଲୁ |ସେ ମାମଲାରେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଚୁପ ହୋଇଥିଲେ ଯେତେବେଳେ ଗଣମାଧ୍ୟମ ର କଣ୍ଠରୋଧ ହେବାରୁ ଆମେ ସ୍ୱର ଉତ୍ତୋଳନ କଲୁ ସେତେବେଳେ ସେ ମାମଲା ସାମ୍ନା କୁ ଆସି ଆମକୁ ଥାନାକୁ ଡକାଗଲା |ଆମକୁ ଏକଚାଳିଶ ଧାରାରେ ଗୋଟେ ନୋଟିସ ଦିଆଗଲା |ଆପଣଙ୍କୁ ଆମେ 118, 34, 51,, 64&91 ଧାରାରେ ଗିରଫ କଲୁ |ଆପଣ କୋର୍ଟରେ ହାଜର ହେବେ |ରଥଯାତ୍ରା ସମୟରେ ଆମେ ଯେତେବେଳେ ଏକାଠି ହେଲୁ ଆମେ କାହାକୁ ଡାକି ନ ଥିଲୁ ହେଲେ ଲୋକ ମନକୁ ମନ ଆସି ଏକାଠି ହୋଇଥିଲେ |ମାନ୍ୟବର ସୁପ୍ରିମ କୋର୍ଟ ମଧ୍ୟ ଆମ କଥାକୁ ମାନି ୨ ଦିନ ପରେ ରଥଯାତ୍ରା ହେବାକୁ ଅନୁମତି ଦେଇଥିଲେ |ଯଦି ଆମ ନାମରେ କେଶ ହେଲା ତେବେ ଆମର କେତୋଟି ପ୍ରଶ୍ନ ଅଛି |
୧ -ସେହି ସମୟରେ ୨ ଦିନ ପୂର୍ବରୁ ଓଡିଶା ସରକାର ୩0000 ଲୋକଙ୍କୁ ବଡଦାଣ୍ଡରେ ଠିଆ କରେଇ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଥିଲେ|ଓଡିଶା ସରକାର ଙ୍କ ନାମରେ କେଶ ହୋଇଥିଲା କି?
୨ -ଜଗତସିଂହପୁର MLA ବିଷ୍ଣୁଦାସ ଙ୍କ ମୃତ୍ୟୁ ସମୟରେ ୫0000 ରୁ ୧0000 ଲୋକ ଆସି ସ୍ୱର୍ଗଦ୍ୱାରରେ ଏକାଠି ହେଲେ ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚି ଙ୍କ ସହିତ ସବୁ ବି ଜେ ଡ଼ି ର ତୁଙ୍ଗ ନେତା ଆସିଥିଲେ |କାହାରି ନାମରେ କେଶ ହୋଇଛି? ନାଁ ହୋଇନାହିଁ |
୩ -ମୁଖ୍ୟମନ୍ତ୍ରୀ କହିଥିଲେ ୩ ଜଣ ମନ୍ତ୍ରୀ ଆସିବେ ରଥଯାତ୍ରା ମ୍ୟାନେଜମେଣ୍ଟ କରିବାକୁ ଚତୁର୍ଥ ମନ୍ତ୍ରୀ ତୁଷାର କାନ୍ତି ବେହେରା କାହା ଦାୟିତ୍ୱ ରେ ଆସିଥିଲେ ଏବଂ ଜବରଦସ୍ତ ରଥ ଭିତରେ ପଶିଥିଲେ ଫଟୋ ଉଠାଇ ଥିଲେ ଏବଂ ଛାଡିଥିଲେ |ତାଙ୍କ ନାମରେ କେଶ ହୋଇଛି? ନାଁ |
ଆନ୍ଦୋଳନ ବି ଜେ ପି ମଧ୍ୟ କରିଥିଲେ ତାଙ୍କ ନାମରେ କେଶ ହୋଇଛି ନା ହୋଇନାହିଁ, ତେବେ ଆମ ନାମରେ କାହିଁକି ହେଲା? କିଏ ଏହାକୁ କଲା? ଏବଂ କାହା ନିର୍ଦେଶ ରେ ହେଲା?
ଥାର୍ଡ଼ ଫ୍ଲୋର ରୁ କୁଆଡେ ନିର୍ଦ୍ଦେଶ ଆସିଛି ବୋଲି ଆମେ ଶୁଣିବାକୁ ପାଇଲୁ| ତାଙ୍କୁ ଚୁପ କରାଅ |
ଆପଣ କଲେ ଦୋଷ ନାହିଁ ଆମେ କଲେ ଦୋଷ |”ଆପଣ କଲେ ମଜା ଆଉ ଆମେ କଲେ ସଜା “
ତା ବିରୁଦ୍ଧରେ ଆଜି ଆମ ନାମରେ ଯେଉଁ ମାମଲା ହୋଇଛି ଏହାକୁ ନେଇ ଆଗକୁ ଆମେ କୋର୍ଟକୁ ଯିବୁ |ଆମେ ପଚାରୁଚୁ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ଯଦି ଆମେ ଆଜି କେଶ ଖାଇଲି କେଡେ ଭାଗ୍ୟ ମୋର |ମୁଁ ଧନ୍ୟବାଦ ଦେବୀ ପୁରୀ ପୋଲିସ କୁ ମୋତେ ଏତେ ବଡ ଦାୟିତ୍ୱ ଦେଇଛନ୍ତି |ମୋ ଗଳାର ମାଳ ମୋତେ ଜଗନ୍ନାଥଙ୍କ ପାଇଁ କେଶ ଖାଇବାକୁ ପଡିଲା |”ବଞ୍ଚିଛୁ ତାଙ୍କ ପାଇଁ ତ ମରିବୁ ତାଙ୍କ ପାଇଁ “
ମଲାପରେ ମୁଁ ପଚାରିବି ନବୀନ ପଟ୍ଟନାୟକଙ୍କୁ ଯେ ଆପଣତ ମୋ ନାମରେ ରଥଯାତ୍ରା ସମୟରେ କେଶ ଦେଇଥିଲେ ରଥଯାତ୍ରା ହେଉ ବୋଲି ଆପଣଙ୍କ ଇଛା ନ ଥିଲା ବୋଧେ |ପଛରେ ରାଗିକରି କେଶ ଦେଲେ ମଲାପରେ ନର୍କରେ ଏବଂ ସ୍ଵର୍ଗରେ ଯେ ନବୀନ ବାବୁ ସେଠି ପଚାରିବି ଆପଣ ଯେଉଁ କେଶ ଦେଲେ ରଥ ନ କରିବା ପାଇଁ |ସେ କେଶ ଆମ ନାମରେ ଦେଇଥିବାରୁ ଆମେ ମାନେ ଖୁସି |ଆପଣ ଖୁସି ତ? ଯଦି ଆପଣ ଖୁସି ତା ହେଲେ ଆମେ ମାନେ ଖୁସି ମଲା ପରେ ପଚରା ପଚରି |ଏଭଳି ମନ୍ତବ୍ୟ ଭିଡିଓ ମାଧ୍ୟମରେ ଶ୍ରୀ ଜଗନ୍ନାଥ ସେନାର ଆବାହକ ଆଡ଼ଭୋକେଟ ପ୍ରିୟଦର୍ଶନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି |
Related Stories
May 17, 2024