-
ଯ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଅଧିକ ତୃଣମୂଳସ୍ତରୀୟ କାର୍ଯ୍ୟକ୍ରମର ଆରମ୍ଭଯ
-
ଯଚଳିତ ବର୍ଷ ୧୯ ବର୍ଷରୁ କମ୍ ବୟସର ଆବାସିକ କାର୍ଯ୍ୟକ୍ରମରେ ୩୦ଜଣ ବାଳକଙ୍କୁ ଏକାଡେମୀରେ ସାମିଲ କରିବାକୁ ଯୋଜନାଯ
-
ଯସୁନ୍ଦରଗଡ଼ରେ ଆସନ୍ତା ୬-୮ ମାସ ମଧ୍ୟରେ ଏକାଧିକ ଆଷ୍ଟ୍ରୋ ଟର୍ଫ ସ୍ଥାପନ ଯୋଜନାଯ
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ର କଳିଙ୍ଗ ହକି ପରିସରରେ ଅବସ୍ଥିତନଭଲ ଟାଟା ହକି ଏକାଡେମୀ (ଏନ୍ଟିଏଚ୍ଏ), ଓଡ଼ିଶା ରାଜ୍ୟର ପ୍ରତିଭାବାନ ହକି ଖେଳାଳିଙ୍କୁ ବିକଶିତ କରିବା ସହିତ ଭାରତରେ ହକିର ଭବିଷ୍ୟତକୁ ରୂପ ଦେବାରେ ନିଜ ଯାତ୍ରାର ପ୍ରଥମ ବର୍ଷ ସଫଳତାର ସହ ସମାପନ କରିଛି ।
୨୦୧୯ ମସିହା ଅଗଷ୍ଟ ୧୩ ତାରିଖରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଷ୍ଟିଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି ଭି ନରେନ୍ଦ୍ରନ୍, ଓଡ଼ିଶାର କ୍ରୀଡ଼ା, ସୂଚନା ଏବଂ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହରୋଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ୱାରା ଏଚ୍ଏଏଫ୍ (ହକି ଏସ୍ ଫାଉଣ୍ଡେସନ୍) ସହଭାଗିତାରେ ଓ ଟାଟା ଟ୍ରଷ୍ଟ ଏବଂ ଟାଟା ଷ୍ଟିଲ ତତ୍ୱାବଧାନରେ ସ୍ଥାପିତ ଏହି ଏକାଡେମୀର ଶୁଭାରମ୍ଭ କରିଥିଲେ । ହକି ଜଗତର ଉଦୀୟମାନ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରସ୍ତୁତ କରି ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ଙ୍କୁ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଏକାଡେମୀ ସ୍ଥାପନ କରାଯାଇଥିଲା ।
ଓଡ଼ିଶାର ଏନ୍ଟିଏଚ୍ଏ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଯୋଜନାବଦ୍ଧ ଭାବେ ଚାଲିଥିବା ତୃଣମୂଳସ୍ତରୀୟ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବା ସହିତ ୭-୧୪ ବର୍ଷ ବସୟର ପିଲାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ୧୬ ଜଣ ତୃଣମୂଳସ୍ତରୀୟ କୋଚ୍ଙ୍କୁ ନିୟୋଜିତ କରି ୧୦ଟି ତୃଣମୂଳସ୍ତରୀୟ କେନ୍ଦ୍ର ଆରମ୍ଭ କରିଛି । ଲିଙ୍ଗଗତ ବିବିଧତା ଉପରେ ଗୁରୁତ୍ୱ ଦେବା ସହିତ ଏହି କେନ୍ଦ୍ରଗୁଡ଼ିକ ପାଇଁ ୨୦୦୦ ବାଳକ ଓ ବାଳିକାଙ୍କୁ ପଞ୍ଜୀକୃତ କରାଯାଇସାରିଛି ।
ଏହି ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ସୂଚନା ଏବଂ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରାକହିଛନ୍ତି ଯେ “ଓଡ଼ିଶାର ନଭଲଟାଟା ହକି ଏକାଡେମୀର ପ୍ରତ୍ୟେକ ସଦସ୍ୟଙ୍କୁ ଏହାର ପ୍ରଥମ ବାର୍ଷିକୀ ପାଇଁ ମୁଁ ଅଭିନନ୍ଦନ ଜଣାଉଛି ।ହକି ପାଇଁ ଉଦ୍ଦିଷ୍ଟ ଏହି ଉଚ୍ଚ-ପ୍ରଦର୍ଶନ କେନ୍ଦ୍ରକୁ କ୍ରୀଡ଼ାର ପ୍ରସାର ଓ ଉଚ୍ଚମାନର ଆଥଲେଟ୍ ବିକଶିତ କରିବା ଲକ୍ଷ୍ୟରେ ସ୍ଥାପନ କରାଯାଇଥିଲା । ତେବେ ଖୁବ କମ୍ ସମୟ ମଧ୍ୟରେ ଉକ୍ତ କେନ୍ଦ୍ର ଅଗ୍ରଗତି କରିବା ସହିତ ଲଗାତର ଭାବେ ଏହାର ମାନରେ ଉନ୍ନତି ଅଣାଯାଇପାରିଥିବାରୁ ମୁଁବେଶ ଖୁସି । ଆଜି ଏହା ରାଜ୍ୟର ଉଚ୍ଚମାନର ହକି ପ୍ରଶିକ୍ଷଣ କେନ୍ଦ୍ର ଭାବେ ପରିଚିତ ହେବା ସହିତ ରାଜ୍ୟ ସରକାର ଓ ଏଠାକାର ଟିମ୍ର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି । ବହୁ ସ୍ୱପ୍ନ ଓ ଆକାଂକ୍ଷା ସହିତ ଏଠାରେ ଯୋଗ ଦେଇଥିବା ବାଳିକା ପ୍ରଶିକ୍ଷାର୍ଥୀମାନେ ଏଠାରେ ଅତିବାହିତ କରିଥିବା ପ୍ରତ୍ୟେକ ସମୟର ଲାଭ ଉଠାଇବା ସହ ନିଜ ପ୍ରଦର୍ଶନରେ ବହୁମାତ୍ରାରେ ସୁଧାର ଆଣିପାରିଛନ୍ତି । ଓଡ଼ିଶାର ଏନ୍ଟିଏଚ୍ଏ ନିଜର ସାମୁହିକ ଉଦ୍ୟମ ଦ୍ୱାରା ପ୍ରଶିକ୍ଷାର୍ଥୀମାନଙ୍କ ପ୍ରଶିକ୍ଷଣ, ଅଭ୍ୟାସ ଓ ସେମାନଙ୍କ କ୍ରୀଡ଼ା ଦକ୍ଷତାରେ ପରିପୂର୍ଣ୍ଣତାକୁ ସୁନିଶ୍ଚିତ କରିପାରିଛି । ଏହା ସେମାନଙ୍କୁ ଖେଳ ପଡ଼ିଆ ମଧ୍ୟରେ ଓ ବାହାରେ ଏକତ୍ର ହୋଇ କ୍ରୀଡ଼ା ଓ ବନ୍ଧୁତାର ଉତ୍ସବକୁ ପାଳନ କରିବାକୁ ସୁଯୋଗ ପ୍ରଦାନ କରୁଛି । ଏନ୍ଟିଏଚ୍ଏ, ଓଡ଼ିଶା ସହ ଜଡ଼ିତ ଥିବା ପ୍ରତ୍ୟେକ ବ୍ୟକ୍ତି ଓ ବିଶେଷ ଭାବେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କ ନିରୀକ୍ଷଣ କରିବା ସହିତ ଉଚିତ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ କାର୍ଯ୍ୟ କରୁଥିବା କୋଚ୍ମାନଙ୍କୁ ମୁଁ ପ୍ରଶଂସା କରୁଛି ।ମହାମାରୀ କାରଣରୁ ଗତ କିଛି ମାସ ସମସ୍ତଙ୍କ ପାଇଁ କଷ୍ଟକର ଓ ଦୁଃସହ ଥିଲା, ଏହା ସତ୍ୱେ ଆପଣଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି ବିଶ୍ୱାସ ଓ ଧର୍ଯ୍ୟର ପ୍ରଦର୍ଶନ କରିବା ସହ ସାହସର ସହିତ ଏହି ପରସ୍ଥିତିର ମୁକାବିଲା କରିଛନ୍ତି । ଆପଣମାନେ ପୁନର୍ବାର ପ୍ରଶିକ୍ଷଣ ଆରମ୍ଭ କରିଥିବାରୁ ଏହା କେନ୍ଦ୍ରର ମନୋବଳ ବୃ୍ଦ୍ଧିରେ ସହାୟକ ହେବ ।ମୁଁ ନିଶ୍ଚିତ ଯେ ଭବିଷ୍ୟତ ହକି ଚମ୍ପିୟନ୍ଙ୍କୁ ବିକଶିତ କରିବା ପାଇଁ ଏହି କେନ୍ଦ୍ର ଆମ ରାଜ୍ୟର ଉଦ୍ୟମକୁ ଅଧିକ ଦୃଢୀଭୂତ କରିବାରେ ନିଜର ପ୍ର୍ର୍ରୟାସ ଜାରି ରଖିବ । ଆଗାମୀ ଯାତ୍ରା ପାଇଁ ଅନେକ ଶୁଭକାମନା” ।
ଓଡ଼ିଶାର କ୍ରୀଡ଼ା, ଯୁବ ସେବା ଓ ପର୍ଯ୍ୟଟନ ବିଭାଗ କମିଶନର ତଥା ସଚିବ ଶ୍ରୀ ବିଶାଲ କୁମାର ଦେବ କହିଛନ୍ତି ଯେ, “ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ୱାରା ଏଚ୍ଏଏଫ୍ (ହକି ଏସ୍ ଫାଉଣ୍ଡେସନ୍) ସହଭାଗିତାରେ ଓ ଟାଟା ଟ୍ରଷ୍ଟ ଏବଂ ଟାଟା ଷ୍ଟିଲ ତତ୍ୱାବଧାନରେ ସ୍ଥାପିତଏନ୍ଟିଏଚ୍ଏ, ଓଡ଼ିଶା ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରିବା ସହିତ ରାଜ୍ୟର ହକି ଯାତ୍ରାକୁ ଆଗେଇ ନେବାକୁ ପ୍ରତିଶ୍ରୁତିବଦ୍ଧ ରହିଛି । ଓଡ଼ିଶାରେ ବହୁ ଦକ୍ଷ ଓ ପ୍ରତିଭାବାନ ଯୁବ ଆଥଲେଟ୍ ଥିବାବେଳେ ଏହି ଏକାଡେମୀ ସ୍ଥାନୀୟ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମିଳିଥିବା ସୁଯୋଗର ଲାଭ ଉଠାଇବ । ମୁଁ ଏନ୍ଟିଏଚ୍ଏ, ଓଡ଼ିଶାକୁ ଏହାର ପ୍ରଥମ ବାର୍ଷିକୀରେ ଅଭିନନ୍ଦନ ଜଣାଉଛି ଏବଂ କ୍ରୀଡ଼ା ଜଗତରେ ଓଡ଼ିଶାର ଉଚ୍ଚାକାଂକ୍ଷାକୁ ରୂପ ଦେବାରେ ସେମାନଙ୍କ ଭବିଷ୍ୟତ ପ୍ରୟାସର ସଫଳତା କାମନା କରୁଛି” ।
ଟାଟା ଷ୍ଟିଲ କର୍ପେରେଟ୍ ସର୍ଭିସେସ୍ ବିଭାଗ ଭାଇସ ପ୍ରେସିଡେଂଟ ଶ୍ରୀ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ଭୁବନେଶ୍ୱର ଦ୍ରୁତଗତିରେ ଭାରତର କ୍ରୀଡ଼ା ରାଜଧାନୀ ଭାବେ ବିକଶିତ ହେଉଛି । ଓଡ଼ିଶାର ନଭଲ ଟାଟା ହକି ଏକାଡେମୀ ଏଭଳି ଏକ ଉଚ୍ଚସ୍ତରର ଏକାଡେମୀ, ଯାହା ଯୁବବର୍ଗଙ୍କୁ ଶ୍ରେଷ୍ଠ କୌଶଳ ଓ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ତୃଣମୂଳସ୍ତରରେ କାର୍ଯ୍ୟ କରୁଛି । ଏହି ଏକାଡେମୀ ଯୁବବର୍ଗଙ୍କ ପାଇଁ ଏକ ଉଚ୍ଚ-ପ୍ରଦର୍ଶନ କେନ୍ଦ୍ର ହେବା ସହିତ କମ୍ ବୟସରେ ଭବିଷ୍ୟତର ଚମ୍ପିୟନ୍ମାନଙ୍କୁ ବିକଶିତ କରୁଛି ଓ ଏକ ୩୬୦-ଡିଗ୍ରୀ ବିକାଶ ମଡେଲ ଜରିଆରେ ତାଙ୍କ କ୍ୟାରିୟରକୁ ରୂପ ଦେଉଛି । ଏନ୍ଟିଏଚ୍ଏ ଏହାର ପ୍ରଥମ ବାର୍ଷିକୀ ପାଳନ କରିବା ସହିତ ଆମେ ହକିରେ ଭାରତର ଏକ ଉଜ୍ୱଳ ଭବିଷ୍ୟତକୁ ନେଇ ଆଶ୍ୱସ୍ତ ଅଛୁ” ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆଗାମୀ ୬-୮ ମାସ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଏକାଧିକ ଆଷ୍ଟ୍ରୋ ଟର୍ଫ ସ୍ଥାପନ ଯୋଜନାକୁ ଅନୁମୋଦିତ କରିଛି, ଯାହା ଓଡ଼ିଶାରେ ବ୍ୟାପକ ସ୍ତରରେ ହକି ଖେଳର ବିକାଶରେ ସହାୟକ ହେବା ସହିତ ରାଜ୍ୟର ପ୍ରତିଭାବାନ ଖେଳାଳିଙ୍କୁ ଏକ ଅତିରିକ୍ତ ଲାଭସ୍ୱରୁପଆଷ୍ଟ୍ରୋ ଆଧାରିତ ପିଚ୍ରେ ଖେଳିବାକୁ ସୁଯୋଗ ପ୍ରଦାନ କରିବ, ଯାହାଫଳରେ ସେମାନେ ଉଚ୍ଚମାନର ଖେଳାଳି ହୋଇପାରିବେ । ବୋଭେଲାଣ୍ଡର ହକି ଏକାଡେମୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଆନ୍ତର୍ଜାତୀୟ ଅଭିଜ୍ଞତା ପାଇଁ ଅନ୍ତର୍ଜାତୀୟ ବିନିମୟ କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀମାନଙ୍କୁ ପଠାଇବାକୁ ଏକାଡେମୀ ଯୋଜନା ପ୍ରସ୍ତୁତ କରିଛି । ତେବେ କୋଭିଡ଼-୧୯ ମହାମାରୀ ଯୋଗୁଁ ଚଳିତ ବର୍ଷ ଏପ୍ରିଲ ମାସରେ ପ୍ରଶିକ୍ଷାର୍ଥୀମାନେ ପ୍ରଥମ କରି ଆୟୋଜନ ହେଉଥିବା ଏଭଳିକାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ ।
ଓଡ଼ିଶାର ଏନ୍ଟିଏଚ୍ଏ ଏଭଳି ଏକ ଜାତୀୟ ଏକାଡେମୀ, ଯାହାକି ଖୁବ ଅଳ୍ପ ସମୟ ମଧ୍ୟରେ ଅଦ୍ଭୂତ କ୍ରୀଡ଼ା ସଂସ୍କୃତିର ବିକାଶ କରିପାରିଛି ।ଆବାସିକ କାର୍ଯ୍ୟକ୍ରମ ଅଧିନରେବର୍ତମାନ ଓଡ଼ିଶାର ୧୫ ଜଣ ବାଳିକା, ଝାଡ଼ଖଣ୍ଡରୁ ୫ ଜଣ, ଆସାମରୁ ୨ ଜଣ, ପଞ୍ଜାବ, ମଣିପୁର ଓ ଉତରପ୍ରଦେଶରୁ ଜଣେ ଲେଖାଏଁ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରସ୍ତାବିତ ମଡେଲ ଅନୁସାରେ ଚଳିତ ବର୍ଷ ଆବାସିକ କାର୍ଯ୍ୟକ୍ରମ ଅଧିନରେ ୩୦ ଜଣ ବାଳକ (୧୭ ବର୍ଷରୁ କମ୍ ବୟସ)ଙ୍କୁ ଏଥିରେ ସାମିଲ କରିବାକୁ ଏକଡେମୀ ଯୋଜନା କରିଛି ।
୨୦୧୭ ମସିହାରେ ଶୁଭାରମ୍ଭ ହୋଇଥିବା ବୋଭେଲାଣ୍ଡର ହକି ଏକାଡେମୀ (ବିଏଚ୍ଏ) ହେଉଛି ଓଡ଼ିଶାର ଏନ୍ଟିଏଚ୍ଏର ବୈଷୟିକ ସହଯୋଗୀ । ଅଲମ୍ପିକ୍ରେ ନେଦରଲ୍ୟାଣ୍ଡ (ଡଚ୍) ହକି ଦଳର ପ୍ରତିନିଧିତ୍ୱ କରିଥିବା କିମ୍ବଦନ୍ତୀ ହକି ଖେଳାଳି ଫ୍ଲୋରିସ୍ ବୋଭେଲାଣ୍ଡରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ତାଙ୍କ ଦେଶର ଅନେକ କୋଚ୍ଙ୍କୁ ଏହି ଭାରତୀୟ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଛି । ଏହି ପ୍ରକଳ୍ପ ଓ ଏକାଡେମୀର ନିତିଦିନିଆ କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଭିତିଭୂମି ଯୋଗାଇ ଦିଆଯାଉଥିବାବେଳେ ଟାଟା ଟ୍ରଷ୍ଟ, ଟାଟା ଷ୍ଟିଲ ଓ ଇଣ୍ଡସଇଣ୍ଡ ସହାୟତାରେ ଏଚ୍ଏଏଫ୍ (ହକି ଏସ୍ ଫାଉଣ୍ଡେସନ୍) ଦ୍ୱାରା ଉଚ୍ଚ ପ୍ରଦର୍ଶନ କେନ୍ଦ୍ର (ଏଚ୍ପିସି) ପରିଚାଳନା କରାଯାଉଛି ।