-
ଜୀବନବିନ୍ଦୁ ଓ ଶବ ସତ୍କାରକରି ଅନ୍ୟ ସହର ପାଇଁ ଉଦାହରଣ ସାଜିଛି ବ୍ରହ୍ମପୁର: ଦେବି ମିଶ୍ର

dବ୍ରହ୍ମପୁର: କରୋନା ମହାମାରୀ ବେଳେ ରକ୍ତ ଅଭାବରୁ ରାଜ୍ୟରେ ବହୁ ନିରୀହ ରୋଗୀ ମୃତ୍ୟୁମୁଖରେ ପଡିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଗଗ୍ରସ୍ତଙ୍କୁ ରକ୍ତଦାନକରି କିପରି ସେମାନଙ୍କୁ ଜୀବନ ଦାନ ଦିଆଯାଇପାରିବ ସେ ନେଇ ଓଡ଼ିଶା ମୋ ପରିବାରକୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନକରି ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ତଥା ବିଜେଡି ନେତା ଦେବୀପ୍ରସାଦ ମିଶ୍ର ତାଙ୍କ ଟିମ୍ ନେଇ ରାଜ୍ୟରେ କ୍ରାନ୍ତୀ ଦିବସ ଠାରୁ ୧୫ ଅଗଷ୍ଟ ୭ଦିନ ବ୍ୟାପି ସାରା ରାଜ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ କରିଥିଲେ । ଲକ୍ଷ୍ୟଥିଲା ୧୦ହଜାର ରକ୍ତ ସଂଗ୍ରହ କରିବା । କିନ୍ତୁ ଲକ୍ଷ୍ୟ ଧାର୍ଯ୍ୟର ଦିନକ ପୂର୍ବରୁ ୧୦ହଜାର ରକ୍ତ ସଂଗ୍ରହ ହୋଇଥିବାରୁ ପରିବାରର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ଶ୍ରୀ ମିଶ୍ର ସାଧୁବାଦ ଜଣାଇଥିଲେ । ଆଗକୁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀସ୍ତରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମକରି ରାଜ୍ୟରେ ରକ୍ତ ଅଭାବ ଦୂର କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ରାଜ୍ୟରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଓଡ଼ିଶା ମୋ ପରିବାରର ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ୭ଦିନରେ ୩୦୭ ୟୁନିଟ୍ ରକ୍ତ ସଂଗ୍ରହ କରିଛନ୍ତି । ୩ଟି ଶବ ସତ୍କାର ମଧ୍ୟ କରିଛନ୍ତି । ଏଭଳି କାର୍ଯ୍ୟକରି ଅନ୍ୟ ସହର ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ । ବ୍ରହ୍ମପୁର ଏମ୍କେସିଜିରେ ୨୦୦୦ୟୁନିଟ୍ ରକ୍ତ ମହଜୁଦ ରହୁଥିବା ବେଳେ ତାହା ୨୦୦କୁ ଖସିଯାଇଥିଲା । ବର୍ତ୍ତମାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ୱାରା ରକ୍ତ ଅଭାବ ସାମାନ୍ୟ ଦୂର ହୋଇଥିବା ସେ ସୂଚନା ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣ ଗଞ୍ଜାମ ଜିଲ୍ଲାରେ ଅଧିକ ରହିଛି । ସଂକ୍ରମିତ ସଂଖ୍ୟା ଅଧିକ ଥିଲେ ମଧ୍ୟ ଏଠାରେ ରକ୍ତଦାତାମାନେ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନକରି ଓଡ଼ିଶା ମୋ ପରିବାରକୁ ଯେଉଁ ସହନାଭୁତ ଓ ସହଯୋଗର ହାତ ବଢ଼ାଇଛନ୍ତି ସେଥିପାଇଁ ରକ୍ତଦାନ କରିଥିବା ରକ୍ତଦାତା ଓ ବ୍ୟକ୍ତିବିଶେଷକୁ ଓଡ଼ିଶା ମୋ ପରିବାର ପକ୍ଷରୁ ସାଧୁବାଦ ଜଣାଉଛୁ ବୋଲି ଓଡ଼ିଶା ମୋ ପରିବାରର ସଂଯୋଜକ ଅରୁପ ପଟ୍ଟନାୟକ କହିଥିଲେ । ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଓଡ଼ିଶା ମୋ ପରିବାରର ସଦସ୍ୟମାନେ ଜୀବନବିନ୍ଦୁ କାର୍ଯ୍ୟକ୍ରମର ସମୀକ୍ଷାକରି ବ୍ରହ୍ମପୁର ବିଧାୟକ ତଥା ଓଡ଼ିଶା ମୋ ପରିବାରର ସଦସ୍ୟ ବିକ୍ରମ ପଣ୍ଡା ଓ ତାଙ୍କ ଟିମ୍କୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଓଡ଼ିଶା ମୋ ପରିବାରର ସଦସ୍ୟ ଅତନୁ ସବ୍ୟସାଚୀ ନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ କୋଠାବାଡି ନିର୍ମାଣ ଶ୍ରମିକ ଅଧ୍ୟକ୍ଷ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁବାଶ ମହାରଣା, ସହ ସଂଯୋଜକ ନିର୍ମଳ ସାହୁ, ରାମଚନ୍ଦ୍ର ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ମଦନ ଦଳାଇ, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ ସମେତ ଓଡ଼ିଶା ମୋ ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO