
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ନୂତନ ସଭାପତି ଭାବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଦାୟୀତ୍ୱ ନେବାପରେ ଶୁକ୍ରବାର ଜିଲ୍ଲା ବିଜେଡିର ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଡା. ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍ଘାଟନି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ପ୍ରମୁଖ ଯୋଗଦେଇ ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ହୋମଯଜ୍ଞକରି ନୂତନ ଗୃହକୁ ଅତିଥିମାନେ ପ୍ରବେଶ କରିଥିଲେ । ଆଗାମୀଦିନରେ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାକୁ ଜିଲ୍ଲାରେ କିପରି ଘରେ ଘରେ ପହଞ୍ଚାଯିବ ସେ ଉପରେ ଦଳୀୟ କର୍ମୀମାନେ ଗୁରୁତ୍ୱ ଦେବାକୁ ସାଂସଦ ଓ ବିଧାୟକମାନେ କହିଥିଲେ । ଏହି ଅବସରରେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ମହାନଗର ଯୁବ ସଭାପତି ମୁକୁନ୍ଦ ଗୌଡ, ଉପସଭାପତି ଆର୍.ମୂରଲୀ ମୋହନ, ସୁରେନ୍ଦ୍ର ମହାରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଜିଲ୍ଳା ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।