ମାଲକାନଗିରି-ଗତ ୫ ଦିନ ଧରି ଜିଲ୍ଳାରେ ଲଗାଣ ବ୍ଷା ଲାଗି ରହିଥିବାରୁ ସିଲେରୁ ,ସପ୍ତଧାରା,ାବେରୀ, ପୋଟେରୁ ପ୍ରଭୃତି ନଦୀ ର ଜଳସ୍ତର ବୃଦ୍ଧିପାଇ ବା ପରିିତି ଦେଖାଦେଇଛି !ବର୍ଷା ଯୋଗୁଁ ଗୋବିନ୍ଦାଲି ଠାରୁ ମୋଟୁ ଜାତୀୟ ରାଜପଥ ,କାଲିମେଳା ଠାରୁ ପଡିଆ ,ମାଲକାନଗିରି ଠାରୁ ବାଲିମେଳା, ମାଲକାନଗିରିଠାରୁ ଛତିଶଗଡ଼ ରାଜ୍ୟ ସୁକୁମା ଓ ଚିରକୋଣ୍ଡା ଠାରୁ ଆନ୍ଧ୍ର କୁ ଂଯୋଗ କୁଥିବା ରାସ୍ତା ଗୁଡିକରେ ଥିବା ଛୋଟ ବଡ଼ ପୋଲ ଉପରେ ବର୍ଷାପାଣି ୍ରଭାବିତ ହେଉଥିବାରୁ ବିଭିନ୍ନ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହୋଇପଡିଛି !ପାଣି ପାଗ ବିଭାଗ ପକ୍ଷରୁ ୧ ୫ ତାରିଖ ପର୍ଯ୍ୟନ୍ତ ପୂର୍ବା ଅନୁମାନ ଅନୁଯାୟୀ ଜିଲ୍ଲାରେ ଅରେଜ ୱ!ର୍ଣ୍ଣିଙ୍ଗ ଜାରି କରାଯାଇଛି !କେତକ ସ୍ଥାନରେ ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି !ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଡ଼ିଓ ଓ ତହସିଲଦାର ଙ୍କୁ ବନ୍ୟା ପରିସ୍ଥିତି ଉପରେ ଦୃଷ୍ଟି ରଖି ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଛି !ବନ୍ୟା ପରିସ୍ଥିତି କୁ ଦେଖି ପ୍ରଶାସନ ପକ୍ଷରୁ 24ଟି ବାତ୍ୟା ଆଶ୍ରୟ ସ୍ଥଳୀ କରାଯାଇଛି !ବର୍ତମାନ ଖଇରପୁଟ ବ୍ଳକର ମୁଦୁଲିପଡ଼ା ଓ ଅଣ୍ଡ୍ର!ହାଲ ,ମାଥିଲି ବ୍ଳକର କର୍ତ୍ତନପାଲି ଓ ପଡିଆ ବ୍ଳକର ପୂସୁଗୁଡା ଗାଁ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖା ଯାଇ ରନ୍ଧା ଖାଦ୍ୟ ଦିଆଯାଉଛି !ବର୍ଷା ଯୋଗୁ କୋରକୁଣ୍ଡା ଓ ପଡିଆ ବ୍ଲକରେ ୩ 0ଟି ଘର ଭାଙ୍ଗୁ ଥିବା ଜଣାପଡିଛି!ବନ୍ୟା ଯୋଗୁ କାଲିମେଳା ଓ ପଡିବ୍ଲକର ୧ ୭ ଟି ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି !ଆଜି ସେମାନଙ୍କୁ ଜଳ ଘେରରୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ର ଏକ ୧ ୭ ଜଣିଆ ଟିମ ଯାଇ ଲୋକଙ୍କୁ ବୋଟ ଯୋଗେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଥିଲେ !ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ 490.4 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି !ମାଲକାନଗିରି ବ୍ଲକରେ ୩ ୫ ମିଲିମିଟର ,ମାଥିଲି ବ୍ଲକରେ ୩୫ମିଲିମିଟର ,ଖଇରପୁଟ ବ୍ଲକରେ 84ମିଲିମିଟର ,ଚିତ୍ରକୋଣ୍ଡା ବ୍ଲକରେ ୧ ୩ 0ମିଲିମିଟର ,କୋରକୁଣ୍ଡା ବ୍ଲକରେ ୯ ୭ ମିଲିମିଟର ,କାଲିମେଳା ବ୍ଲକରେ 46ମିଲିମିଟର ଓ ପଡିଆ ବ୍ଲକରେ ୬ ୩ ମିଲିମିଟର ବର୍ଷ ହୋଇଛି !
Related Stories
November 23, 2024