
ବେଲଗୁଣ୍ଠା-ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଶାସନ ତରଫରୁ ଅଧିକ ରୁ ଅଧିକ ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ।ଏହି କ୍ରମରେ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆଣ୍ଟିଜେନ୍ ପରୀକ୍ଷାକୁ ବ୍ୟାପକ କରାଯାଉଛି ।ଯାହାର ସଫଳ ରୁପାୟନ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକରେ ।ଏହି ବ୍ଳକରେ ଗତ ଦଶଦିନ ମଧ୍ୟରେ ପାଖାପାଖି ୬୦୦୦ ଆଣ୍ଟିଜେନ୍ ପରୀକ୍ଷା ଓ ୧୪୦ ସ୍ୱାବ୍ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।ବ୍ଳକର ଗାଙ୍ଗପୁର ପଞ୍ଚାୟତରେ ଗୋଟିଏ ଦିନରେ ୮୯୫ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଥିବା ବେଳେ ଏହି ରେକର୍ଡକୁ ଖଈରପୁଟି ପଞ୍ଚାୟତ ଭାଙ୍ଗି ଦେଇଛି ।ଖାଇରପୁଟି ପଞ୍ଚାୟତରେ ବୁଧବାର ସକାଳ ୮ ଟାରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଏକ ୨୦ ଜଣିଆ ଟିମ୍ ଆଣ୍ଟିଜେନ୍ପ ପରୀକ୍ଷାରେ ନିୟୋଜିତ ଅଛନ୍ତି । ଏଥିରେ ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ,ଆଶା ଅଙ୍ଗନବାଡି ସହଯୋଗ କରୁଛନ୍ତି ।ଗାଙ୍ଗପୁରର ୮୯୫ ସଂଖ୍ୟା କୁ ଅତିକ୍ରମ କରି ୮୯୭ ଜଣ ସ୍ୱତଃପ୍ରବୃତ ଭାବେ ନିଜର ପରୀକ୍ଷା କରାଉଥିବା ଦେଖିବା ପାଇଁ ମିଳିଛି ।ଯାହାକି ଏକ ରାଜ୍ୟ ସ୍ତରୀୟ ରେକର୍ଡ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି ।ଏଥିରେ ମାତ୍ର ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି ।ସେମାନଙ୍କୁ କୋଭିଡ କେୟାର ହୋମ୍ ରେ ରଖାଯାଇଛି ।ସରପଞ୍ଚ ପ୍ରତିନିଧି ଦିଲ୍ଲୀପ ଜେନା,ସମିତି ସଭ୍ୟ ପ୍ରଭାତ ସ୍ୱାଇଁ,ଜିଆରଏସ୍ ରବୀନ୍ଦ୍ର ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ପ୍ରଭାତ ଦାସ,ଯୋଗାଣ ସହାୟକ ରାଜେଶ ସ୍ୱାଇ,ଜୁବ ସମାଜ ସେବୀ ଜଗନ୍ନାଥ ନାୟକ ପ୍ରମୁଖ ସହଯୋଗ କରିଥିଲେ ।ସେହିପରି ଆଜି ଦିନସାରା ବର୍ଷା ସତ୍ତ୍ୱେ କ୍ଷତ୍ରିୟ ବରପୁର ପଞ୍ଚାୟତରେ ବି ରେକର୍ଡ ସଂଖ୍ୟକ ପରୀକ୍ଷା କରାଯାଇଥିବା ଜଣାପଡିଛି ।ରାତ୍ରି ୭ ଟା ସୁଦ୍ଧା ୭୦୦ ଅତିକ୍ରମ କରି ଲମ୍ବା ଧାଡିରେ ଜନସାଧାରଣ ରହିଥିବାରୁ ଏହା ୮୦୦ ଛୁଇଁବା ଅନୁମାନ କରାଯାଉଛି ।ଆଜି କ୍ଷତ୍ରିୟ ବରପୁର ପଞ୍ଚାୟତର କ୍ଷତ୍ରିୟ ବରପୁର,ନୁଆପଡା,ପାଲକଷଣ୍ଢା ଠାରେ ପରୀକ୍ଷା କେନ୍ଦ୍ର ଖୋଲାଯାଇ ଦିନ 10 ଟାରୁ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡଙ୍କ ତତ୍ତ୍ୱାବଧାନରେ ଲୋକେ ସ୍ୱତଃପ୍ରବୃତ ଭାବେ ଆସି ପରୀକ୍ଷା କରାଉଥିବା ଲକ୍ଷ୍ୟ କରାଯାଇଛି ।ରିପୋର୍ଟ ଲେଖା ହେବା ବେଳକୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି ।ଆଜି ସୁଦ୍ଧା ୧୨ ଦିନରେ ପରୀକ୍ଷା ସଂଖ୍ୟା ୭୦୦୦ ଅତିକ୍ରମ କରିସାରିଲାଣି ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା,ଓଏସଡି ତକ୍ଷକରା ଭିତିରିଆ ଓ ଓମ୍ ପ୍ରସାଦ ପରିଡା,କନିଷ୍ଠ ଯନ୍ତ୍ରୀ ରାଜୀବ ପ୍ରଧାନ, ନୋଡାଲ ଅଫିସର ବିଦ୍ୟାଧର ସେଠୀ, ଯୋଗାଣ ସହାୟକ ସନ୍ତୋଷ ପରିଡା, ସରପଞ୍ଚ ରାଜେନ୍ଦ୍ର ଗୌଡ, ସମିତି ସଭ୍ୟ ପ୍ରତିନିଧି ରଙ୍କନିଧି ପରିଛା,ନଣ୍ଡା ନାୟକ ଓ କେଦାର ନାୟକ ପ୍ରମୁଖ ସହଯୋଗ କରି ଲୋକଙ୍କୁ ଉତ୍ସାହିତ କରିଥିଲେ । ସ୍ଵାସ୍ଟ୍ଯ ବିଭାଗ ର କର୍ମଚାରୀଙ୍କୁ bdo ପ୍ରସଂଶା କରିଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO