ସମ୍ବାଦପତ୍ର “ଶିଶୁ ସମାଚାର “ସଫଳତା ଓ ସମ୍ମାନର ସହ ୧୨ ବର୍ଷ ପୂରଣ କରି ୧୩ ବର୍ଷରେ ପଦାର୍ପଣ
କରିଛି । ଏହି ଉପଲକ୍ଷେ ଅଗଷ୍ଟ ୧୩ ତାରିଖ ଅପରାହ୍ନରେ ସ୍ଥାନୀୟ ହୋଟେଲ ରାଜ ସମ୍ମିଳନୀ କକ୍ଷରେ ‘ଶିଶୁ
ସମାଚାର’ର ତ୍ରୟୋଦଶ ସ୍ବନକ୍ଷେତ୍ର ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା
ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ମୁଖ୍ୟ ଅତିଥି, , ଜାତିସଂଘର ୟୁଥ ଗୁଡ଼ ଉଇଲ ଆମ୍ବାସଡ଼ର ଆଶୁତୋଷ
ପଟ୍ଟନାୟକ, ଶିକ୍ଷାବିତ ଅବିନାଶ ରଥ, ହୋଟେଲ୍ ରାଜର ଜେନେରାଲ ମ୍ୟାନେଜର
ସନତ କୁମାର ଦାସ, ଶିଶୁ ପ୍ରତିଭା ଦର୍ଶନା କର, ‘ଆମେ ଶ୍ରୀକ୍ଷେତ୍ରବାସୀ’ର ସତ୍ୟନାରାୟଣ
ସାହୁ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ‘ଶିଶୁ ସମାଚାର’ର ତ୍ରୟୋଦଶ ବର୍ଷର ପ୍ରଥମ ସଂଖ୍ୟାକୁ ଆନୁଷ୍ଠାନିକ
ଭାବେ ଉନ୍ମୋଚନ କରିଥିଲେ ।
ଉତ୍ସବରେ ଅତିଥିମାନେ ଉଦବୋଧନ ଦେଇ କହିଲେ ଯେ, ଶିକ୍ଷା ପ୍ରତି ଶିଶୁର ଆଗ୍ରହ ବୃଦ୍ଧି ପାଇଁ ଶିଶୁ
ସମ୍ବାଦପତ୍ରର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । କୋମଳମତି ଶିଶୁଙ୍କ ମାନସିକ ଅବସ୍ଥା ଓ ବୟସକୁ ଦୃଷ୍ଟିରେ ରଖି
ଶିଶୁ ସାହିତ୍ୟ ସୃଷ୍ଟି ହେବା ଦରକାର । ଶିଶୁ ମାନେ ଶିଶୁ ଅଧିକାର ସଂପର୍କରେ ଅବଧାରଣ ଆଣିପାରିଲେ
ସେମାନଙ୍କର ସାମଗ୍ରିକ ବିକାଶ ହୋଇପାରିବ ।
ପ୍ରାରମ୍ଭରେ ଶିବସୁନ୍ଦର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଚକ୍ରଧର ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ।’ ଶିଶୁ ସମାଚାର’ର ସଂପାଦକ ସୁକାନ୍ତ ପଣ୍ଡା ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଶେଷରେ ବିଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶରତ କୁମାର ରାୟଗୁରୁ ସଭାକାର୍ଯ୍ୟ ସଂଚାଳନ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଜାତୀୟ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପ ନାରାୟଣ ମହାରଣା , ଦିବଂଗତ କରୋନା ଯୋଦ୍ଧାଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଉଥିଲା । “ଶିଶୁ ସମାଚାର’ର ଏବଂ “ଆମେ ଶ୍ରୀକ୍ଷେତ୍ରବାସୀ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଅଇନ୍ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉତ୍ସବରେ ସର୍ବଶ୍ରୀ ରଘୁନାଥ ମହାପାତ୍ର, ଧ୍ରୁବ ଚରଣ କର,ସଂଗ୍ରାମ ସାମଲ, କାହୁ ଚରଣ ଦାଶ, ଶ୍ରୀକାନ୍ତ ମହାନ୍ତି , ପ୍ରଭାକର ମିଶ୍ର, ଅଜୟ କୁମାର ପଣ୍ଡା,ଅନ୍ନପୂର୍ଣ୍ଣା ଦେବୀ, ରଶ୍ମିରେଖା ସାମନ୍ତରାୟ, ହରପ୍ରିୟା ସାହୁ, ପ୍ରଦୀପ ମହାନ୍ତି, ସ୍ୱାଧୀନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ଓଡିଶାର ପ୍ରଥମ ମାସିକ ଶିଶୁ ସମ୍ବାଦପତ୍ର ‘ଶିଶୁ ସମାଚାର’ର ସଂପାଦକ ସୁକାନ୍ତ ପଣ୍ଡା ଏହି ସୂଚନା ପ୍ରଦାନ କରିଥିଲେ |
Related Stories
November 22, 2024