
ବ୍ରହ୍ମପୁର: ଶ୍ରୀ ସାରସ୍ୱତ ଆଶ୍ରମର ପ୍ରତିଷ୍ଠାତା ଆଚାର୍ଯ୍ୟଦେବ ନିତ୍ୟଲିଳା ପ୍ରବିଷ୍ଟ ଓମ୍ ବିଷ୍ଣୁପାଦ ୧୦୮ ଶ୍ରୀ ଶ୍ରୀମଦ୍ ଭକ୍ତି ଗୌରବ ବୈଖାନାସ ଗୋସ୍ୱାମୀ ମହାରାଜା ବର୍ତ୍ତମାନ ଅଧ୍ୟକ୍ଷ ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ୍ ଭକ୍ତି କୁଙ୍କୁମ ଆଶ୍ରମ ଗୋସ୍ୱାମୀ ମହାରାଜଙ୍କ ତତ୍ତ୍ୱାବଧାନ ଏବଂ ଶୁଭ ଉପସ୍ଥିତିରେ ଶ୍ରୀ ବିଗ୍ରହଙ୍କ ମହାଭିଷେକ, ଗୋପାଳ ସହସ୍ର ନାମରେ ତୁଳସୀ ଅର୍ଚ୍ଚନ ଏବଂ ବୈଷ୍ଣବ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପୋରହିତ ବିପିନ ଚନ୍ଦ୍ର ପାଢ଼ୀଙ୍କ ଦ୍ୱାରା ସମସ୍ତ ପୂଜା ଏବଂ ଯଜ୍ଞକାର୍ଯ୍ୟ କରାଯାଇଥିଲା । ନବିନ ଚନ୍ଦ୍ର ଦୋରା ଓ ଇ.ଡିଲେଶୁ ରେଡ୍ଡୀ କର୍ତ୍ତା ରୂପେ ସମସ୍ତ ପୂଜାର କାର୍ଯ୍ୟ ଗ୍ରହଣ କରିଥିଲେ । ପୂଜା ଶେଷରେ ଗୋପାଳ ବିଗ୍ରହଙ୍କୁ ଦୋଳିରେ ଝୁଲାଇ ଭଜନକୀର୍ତ୍ତନ କରାଯାଇଥିଲା । ତତ୍ପଶ୍ଚାତ୍ ଠାକୁରଙ୍କୁ ମହାନୈବେଦ୍ୟ ସମର୍ପଣ କରି ୧୦୮ ଆରତୀ କରାଯାଇଥିଲା । ପରଦିନ ଶ୍ରୀ ଗୋପାଳ ଜୀଉଙ୍କୁ ଦୋଳିରେ ଝୁଲାଇ ଭଜନ କୀର୍ତ୍ତନ ଓ ନା ନା ପ୍ରକାରର ଭୋଗ ସମର୍ପଣକରି ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଶ୍ରମର ପରିଚାଳକ ତ୍ରିଦଣ୍ଡି ସ୍ୱାମୀ ଭକ୍ତି କୁସୁମ ଶାନ୍ତ ମହାରାଜ ଏବଂ ଆଶ୍ରମସ୍ଥ ସମସ୍ତ ବ୍ରହ୍ମଚାରୀମାନଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମାପନ କରାଯାଇଥିଲା । ସେହିଭଳି ଗଞ୍ଜୁ ସ୍ଥିତ ସାରସ୍ୱତ ଆଶ୍ରମରେ ମଧ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କରୋନା ମହାମାରୀ ଯୋଗୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାମାଜିକ ଦୁରତା ରକ୍ଷାକରି ସୁଚାରୁ ରୂପେ ସମାପନ କରାଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO