ବ୍ରହ୍ମପୁର:କୁକୁଡାଖଣ୍ଡି ଵ୍ଳକ ଅନ୍ତର୍ଗତ ଅଙ୍କୁଶପୁର ପଞ୍ଚାୟତ ଅଧିନସ୍ଥ ଡିପାଉଲନଗରରେ ଶୁଖିଲା ଖାଦ୍ୟ ଵଣ୍ଟନ ହୋଇଥିଲା । ଡିପାଉଲନଗରରେ ପ୍ରାୟ ରହିଛନ୍ତି ୩୫ ପରିବାର। ସେଠାରେ ରହୁଥିବା ଅଧିକାଂଶ ଲୋକ ଭିକ୍ଷାଵୃତ୍ତି କରି ପରିବାର ପରିପୋଷଣ କରିଥାନ୍ତି । ମହାମାରୀ କରୋନା ଯୋଗୁଁ ସରକାରଙ୍କ ପକ୍ଷରୁ ହେଲା ଲକ୍ ଡାଉନ୍ ଓ ସଟ୍ ଡାଉନ୍ । ଉକ୍ତ ଲୋକଙ୍କ ଭିକ୍ଷାଵୃତ୍ତି ରେ ଲାଗିଲା ଛାଟ । ଆଜି ଉକ୍ତ ଡିପାଉଲନଗରରେ ରହୁଥିବା ୩୫ ଜଣ ପରିବାର ଙ୍କୁ ଵ୍ଳକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡ଼ିଓ ଗଦାଧର ପାତ୍ର ପଞ୍ଚାୟତ ସମିତି କର୍ମକର୍ତ୍ତା ଉପସ୍ଥିତ ହୋଇ ବଣ୍ଟନ କରିଥିଲେ ଶୁଖିଲା ଖାଦ୍ୟ । ଅସମୟରେ ଶୁଖିଲା ଖାଦ୍ୟ ପାଇ ଉକ୍ତ ୩୫ ପରିବାର ବ୍ଳକ ପ୍ରଶାସନ କୁ ଧନ୍ୟବାଦ ଦେଇଛନ୍ତି ।
Related Stories
November 27, 2024
November 27, 2024