ଭଞ୍ଜନଗର – ଆଜି ଶହ ଶହ ସଂଖ୍ୟା ରେ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ହୋଇ ଭଞ୍ଜନଗର ଲଣ୍ଡେଇ ସାହି ବାଇପାସ ଛକରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଉପ ଜିଲ୍ଲାପାଳ ଅଫିସ ସାମ୍ନାରେ ପହଂଚି ବିଭିନ୍ନ ଦାବୀ କୁ ନେଇ ଏକ ସାଧାରଣ ସଭା କରିଥିଲେ l ସେଥି ମଧ୍ୟରେ ଜଙ୍ଗଲ ଆଇନ 1927 ପ୍ରସ୍ତାବିତ ସଂଶୋଧନ ପ୍ରତ୍ୟାହାର ଓ ଆଦିବାସୀ ମାରଣ ନୀତି ବିରୁଦ୍ଧରେ ଅତିଥିମାନେ କହିଥିଲେ l ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋଜଲାଲ ନେତାମ, ସର୍ବ ଭାରତୀୟ ସାଧାରଣ ସମ୍ପାଦକ ପ୍ରଦୀପ ସିଂ ଠାକୁର, ସର୍ବ ଭାରତୀୟ ସୌରା ଯାଦବ, ଆବାହକ ଲିଙ୍ଗରାଜ ଆଜାଦ, ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଆଇନଜିବି ଅଭିମନ୍ୟୁ ଗୌଡ଼, ଦଣ୍ଡ ପାଣି ସ୍ୱାଇଁ, ସଂଯୋଜକ ଟୁନା ମଳିକ, ତ୍ରିନାଥ ମଳିକ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ଅନ୍ୟ ମାନେ ନିଜ ନିଜ ମତ ଦେଇଥିଲେ l
Related Stories
November 22, 2024