
ବ୍ରହ୍ମପୁର:ବ୍ରହ୍ମପୁର ବାଲାଜି ପେଣ୍ଟ ସାହି ନିବାସୀ ଅସହାୟ ମହିଳା ଡି ସାବିତ୍ରୀ ଆଚାରୀ ବୟସ 70ବର୍ଷ ।କୌଣସି କାରଣ ବସତଃ ଟା ମୃତ୍ୟୁ ବରଣ କଲେ ।କରୋନା ଭୟରେ କେହି ସାହି ଭାଇ କିମ୍ବା ସଂମ୍ପକୀୟ ଘଟଣା ସ୍ଥଳରେ ପହଞ୍ଚିଲେ ନାହଁ ।ଫଳରେ ମର ଶରୀର ଦୀର୍ଘ ସମୟ ଧରି ପଡି ରହିଥିଲା ।ରାତି 9 ଘଣ୍ଟା ସମୟରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ନିକଟକୁ ଖବର ଆସିବା ସଂଙ୍ଗେ ସଂଗେ ତୁରନ୍ତ ମର ଶରୀର ନିକଟରେ ପହଞ୍ଚି ଶବ ସତ୍କାର ବ୍ୟବସ୍ଥା ଯଥା ରୀତି ଅନୁସାରେ କରାଇଥିଲେ ।ଓଡିଶା ମୋ ପରିବାର ଓ ବିଜୁ ପରିବାରର ବହୁ ସଦସ୍ୟଙ୍କ ସହ ବିଧାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ କରାଇଥିଲେ ।ଏହା ପୂର୍ବରୁ ମଧ୍ୟ ବିଧାୟକ ଅନେକ ଅସହାୟକଙ୍କ ସହାୟ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ସବୁ ସ୍ତରରେ ପ୍ରଶଂସିତ ହୋଇଛନ୍ତି ।ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ଏହି ମହାନ୍ ମାନବିକତା କାର୍ଯ୍ୟକୁ ସାଧାରଣରେ ଉଛ ପ୍ରଶଂସା କରିବା ସହ ସମସ୍ତ ସାହାଯ୍ୟ ସହାୟତା କୁ ଅଞ୍ଚଳ ବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । ଓଡ଼ିଶା ମୋ ପରିବାର ପକ୍ଷରୁ ଅସହାୟକ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆମେ ଦୃଢ ସଂକଳ୍ପ ବୋଦ ବୋଲି ସୂଚନା ଦେଇଛନ୍ତି ଓଡିଶା ମୋ ପରିବାରର ସାଧାରଣ ସଂପାଦକ ତଥା ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ।ବିଧାୟକ ଙ୍କ ସହ ବିଜେଡ଼ିି ନେତା ତୁମ୍ବନାଥ ପଣ୍ଡା, ମଦନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO