ଭୁବନେଶ୍ୱର – ଓଡ଼ିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ “ସାଧାରଣ ନିର୍ବାଚନ ୨୦୧୯’ ସଂପର୍କିତ ଏକ ପୁସ୍ତକକୁ ସୋମବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ଓଡ଼ିଶାରେ ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନ ସହ ପୁସ୍ତକର ଉପାଦେୟତା ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଏକ ସଙ୍ଗେ ୨୧ଟି ଲୋକସଭା ଆସନ ଓ ୧୪୭ଟି ବିଧାନସଭା ଆସନ ନିମନ୍ତେ ଆରମ୍ଭରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଟିକିନିଖି ସମସ୍ତ କାର୍ଯ୍ୟକ୍ରମର ବିବରଣୀ ପୁସ୍ତକରେ ସ୍ଥାନ ପାଇଛି ।
୨୦ଟି ଅନୁଚ୍ଛେଦ ସହ ୨୩୮ ପୃÂା ବିଶଷ୍ଟ ପୁସ୍ତକରେ ସାଧାରଣ ନିର୍ବାଚନ-୨୦୧୯ର ସୂଚୀ, ଫଟୋ ଇଲୋକ୍ଟୋରାଲ୍ ରୋଲ୍, ମତଦାନ କେନ୍ଦ୍ର, ନିର୍ବାଚନ ପ୍ରସ୍ତୁତି, ଇଭିଏମ୍ ପରି·ଳନା, ନିର୍ବାଚନ ତାଲିମ ଓ ଦକ୍ଷତା ବିକାଶ, ସାମଗ୍ରୀ ପରି·ଳନା, ଲଜିଷ୍ଟିକ୍ ମ୍ୟାନେଜ୍ମେଂଟ, ସୁରକ୍ଷା ପ୍ରସ୍ତୁତି ଓ ପରି·ଳନା, ନିର୍ବାଚନ ପ୍ରକ୍ରିୟା, ନିର୍ବାଚନ ଖର୍ଚ୍ଚ ତଦାରଖ, ଆଦର୍ଶ ଆଚରଣ ବିଧି, ପର୍ଯ୍ୟବେକ୍ଷକ ପରି·ଳନା, ସୁଇପ୍ ପ୍ରସ୍ତୁତି ଓ ପରି·ଳନା, ସୁଗମ ମତଦାନ, ବୈଷୟିକ ବ୍ୟାଘାତ, ଗଣମାଧ୍ୟମ ପରି·ଳନା, ଫଳାଫଳଓ ଅଭିଜ୍ଞତା ବିନିୟମ, ନୂତନ ଆବଶ୍ୟକତା ଓ ମତାମତ ସଂପର୍କରେ ସଠିକ୍ ଓ ସଂପୂର୍ଣ୍ଣ ବିବରଣୀ ସନ୍ନିବେଶିତ ହୋଇଛି ।
ଏହି ଭବ୍ୟ ସମାରୋହରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ହରିବଲ୍ଲଭ ମିଶ୍ର ଓ ଡ. ଅଭୟ କୁମାର ନାୟକ, ପୂର୍ବତନ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ରଘୁରାମ ଆୟର ଓ ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ନିତି ରଞ୍ଜନ ସେନ୍ ପ୍ରମୁଖ ଉପସ୍ଥିତ ଥିଲେ ।