
ବ୍ରହ୍ମପୁର: ଓଡ଼ିଶା ମୋ ପରିବାର ତରଫରୁ ସପ୍ତାହବ୍ୟାପି ଜୀବନବିନ୍ଦୁ କାର୍ଯ୍ୟକ୍ରମ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି । ମଙ୍ଗଳବାର ତୃତୀୟ ଦିନରେ ୬୦ଜଣ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଛନ୍ତି । ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରକ୍ତଦାନ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ସହରର ବହୁ ଦଳୀୟ କର୍ମୀ, ବୃଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସାମିଲ୍ ହୋଇ ରକ୍ତଦାନକରି ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସନ୍ତୁ ବୋଲି ବିଧାୟକ ବିକ୍ରମ ପଣ୍ଡା ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ ଜାରି ରହିଛି । ତୃତୀୟ ଦିନ ରକ୍ତଦାନ ଶିବିରକୁ ବିଧାୟକ ଶ୍ରୀ ପଣ୍ଡା ଶୁଭାରମ୍ଭ କରିଥିଲେ । ଏହି କରୋନା ମହାମାରୀ ସମୟରେ ରକ୍ତ ଅଭାବ ଦୂର କରିବା ପାଇଁ ରକ୍ତଦାନକରି ସାହାସୀକତାର ପରିଚୟ ଦେଇଥିବା ରକ୍ତଦାତାମାନଙ୍କୁ ବିଧାୟକ ଶ୍ରୀ ପଣ୍ଡା ସାଧୁବାଦ ଜଣାଇଥିଲେ । ରକ୍ତଦାନ ଶିବିରରେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ସଞ୍ଜିତ ପାଣିଗ୍ରାହୀ, ମଦନମୋହନ ଦଳାଇ, ବିଜୟ ସାମଲ, ଜଗନ୍ନାଥ ସାବତ, ସଞ୍ଜୟ ଜେନା, ଏସ୍.କେ ଖାଲିଲ ପ୍ରମୁଖ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO