

Related Stories
May 10, 2025
ବ୍ରହ୍ମପୁର: ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆର୍.ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋହନା ଥାନା ଇନ୍ସିପେକ୍ଟର ସୁଜିତ ନାୟକଙ୍କ ନେତୃତ୍ୱରେ ମୋହନା ଓ ଅଡବା ମଧ୍ୟବର୍ତ୍ତୀ ଅଞ୍ଚଳ ରାଇସିଙ୍ଗ ଛକରେ ପାଟ୍ରୋଲିଂ କରୁଥିବା ସମୟରେ ଅଡବାପଟୁ ଆସୁଥିବା ଏକ ବୋଲେର ପିକ୍ଅକ୍ ଗାଡି ନମ୍ବର ଜେଏଚ୍.୦୫.ସିଆର୍-୧୭୭୫କୁ ଅଟକାଇ ଯାଞ୍ଚ କରିବା ବେଳେ ଉକ୍ତ ଗାଡିରେ ୫ବସ୍ତା ଗଞ୍ଜେଇ ଜବତ କରିଥିଲେ । ଏହି ସମୟରେ ସେହି ଗାଡି ପଛରେ ଆସୁଥିବା ଆଉ ଏକ ସ୍ପିଟ୍ ଡିଜେର ନମ୍ବର ଜେଏଚ୍.୦୫.ୱାଇ-୮୫୯୫କୁ ମଧ୍ୟ ଅଟକାଇଥିଲେ । ମୋହନା ବିଡିଓ ତଥା ଏଜ୍ୟୁକିଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ବସ୍ତା ଓଜନ କରିବା ବେଳେ ୧୦୪କେଜି ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ । ଉକ୍ତ ବୋଲେର ଗାଡିର ଡ୍ରାଇଭର ତଥା ଗଞ୍ଜେଇ ଚାଲାଣର ମୁଖ୍ୟ ଝାଡଖଣ୍ଡର ସରେଇକେଲା ଖରସୁଆନ ଅଞ୍ଚଳର ସବୀର ଅହମ୍ମଦ, ମହମ୍ମଦ ସକିବ, ମୁବାରକ ଅନସରି, ନବିଉଦିନ୍ ମୁମିନ୍ । ସମସ୍ତେ ମିଶି ରାୟଗଡା ଜିଲ୍ଳା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡା ଅଞ୍ଚଳରୁ ଗଞ୍ଜେଇ ଆଣି ମୋହନା ହୋଇ ଝାଡଖଣ୍ଡ ଏରିଆକୁ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା । ଉପରକ୍ତ ୪ଜଣକୁ ଗିରଫକରି ମୋହନା ପୋଲିସ ଥାନା କେଶ୍ ନମ୍ବର ୧୨୪/୨୦ରେ ମାମଲା ରୁୂଜୁ କରିବା ସହ ଉପରକ୍ତ ୨ଟି ଗାଡିକୁ ଜବତ କରିଛି । ସୂଚନାଥାଉକି, ମୋହନା ଥାନାଧିକାରୀ ଶ୍ରୀ ନାୟକ ଚଳିତ ମାସ ୧ତାରିଖ ଦିନ ଏକ ପିଆଜ ବୋଝେଇ ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମୋହନା ଅଞ୍ଚଳରେ ତାକୁ ଧରିଥିଲେ । ଥାନାଧିକାରୀଙ୍କ ଏଭଳି କାର୍ଯ୍ୟଯୋଗୁ ଗଜପତି ଓ ରାୟଗଡା ଜିଲ୍ଳାର ଗଞ୍ଜେଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।