ବ୍ରହ୍ମପୁର: ବ୍ରହ୍ମପୁର ତହସିଲରେ କାର୍ଯ୍ୟରତ ୩ଜଣ ରାଜସ୍ୱ ନିରୀକ୍ଷକ ଓ ଜଣେ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ଜଣେ ଅମିନ କରୋନାରେ ଆକ୍ରାନ୍ତ ହେବାପରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ଗୃହ ସଙ୍ଗରୋଧରେ ରହି ନିଜ କାର୍ଯ୍ୟରେ ପୁଣି ଯୋଗ ଦେଇଛନ୍ତି । ସେମାନଙ୍କୁ ତହସିଲଦାର ସୀପକ ପାତ୍ର ଓ ଅତିରିକ୍ତ ତହସିଲଦାର ଗୋପାଳ ଅଧିକାରୀଙ୍କ ସମେତ ତହସିଲର ସମସ୍ତ କର୍ମଚାରୀ ଓ ଅଧିକାରୀଗଣ ତାଙ୍କୁ ତାଙ୍କର ସୁଖମୟ ଓ ସୁସ୍ଥ ଜୀବନ ପାଇଁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଥାଉକି, ନିଜ ନିଜ ଅଞ୍ଚଳରେ ଲୋକଙ୍କୁ ସଚେତନତା କରାଇବା ବେଳେ ଅସାବଧାନତା କାରଣରୁ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ରାଜସ୍ୱ ନିରୀକ୍ଷକ ବିଜୟ କୁମାର ପାଣିଗ୍ରାହୀ, ସତ୍ୟନାରାୟଣ ରାଓ, ଜ୍ୟୋସ୍ନା ପରିଡା ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ରଶ୍ମିତା ମୁନି, ଅମିନ ନାରାୟଣ ବେହେରା କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନେ ସମସ୍ତେ ବ୍ରହ୍ମପୁର ତହସିଲର ବିଭିନ୍ନ ରାଜସ୍ୱ ସର୍କଲରେ କାର୍ଯ୍ୟକରି ଆସୁଥିଲେ । ସମସ୍ତ କର୍ମଚାରୀ ମେଡିକାଲ୍ରେ ଭର୍ତ୍ତି ହେବାପରେ ସୁସ୍ଥ ହୋଇ ଘରକୁ ଆସି ଗୃହ ସଙ୍ଗରୋଧ ସରିବାପରେ ନିଜ ନିଜ କାର୍ଯ୍ୟରେ ପୁଣି ଯୋଗ ଦେଇଥିଲେ । ସେମାନଙ୍କୁ ତହସିଲଦାର ଶ୍ରୀ ପାତ୍ର ସ ଅତିରିକ୍ତ ତହସିଲଦାର ଶ୍ରୀ ଅଧିକାରୀଙ୍କ ସମେତ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀଙ୍କ ସମେତ ବଡବାବୁ ହୃଷିକେଶ ପାତ୍ର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଆଶୁ ଆରୋଗ୍ୟକାମନା କରିଥିଲେ ।