ସମ୍ବଲପୁର– ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘଟିଯାଇଛି ଡ଼ବଲ ମର୍ଡ଼ର । ଗୋବିନ୍ଦପୁର ଥାନା ତାଳଡ଼ିହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏଭଳି ଏକ ଲୋକହର୍ଷଣ ହତ୍ୟାକାଣ୍ଡ । ଅଭିଯୁକ୍ତ ସାନଭାଇ ବିଳମ୍ବିତ ରାତିରେ ଘରେ ପଶି ମାରଣାସ୍ତ୍ରରେ ବଡ଼ଭାଇ ଓ ୪ ବର୍ଷର ପୁତୁରାକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି । ଫଳରେ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବଡ଼ଭାଇ ସହ ୪ ବର୍ଷର ପୁତୁରାର ମୃତଦେହ ଅଙ୍ଗନବାଡ଼ି କେନ୍ଦ୍ର ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି । ମୁର୍ମୁଷୁ ଅବସ୍ଥାରେ ଭାଉଜଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାରେ ଗୁରୁତର ଭାଉଜଙ୍କୁ ସୁନ୍ଦରଗଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅଭିଯୁକ୍ତ ସାନଭାଇକୁ ପୋଲିସ ଅଟକ ରଖି ପଚାରା ଉଚୁରା ଚଳାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Related Stories
November 23, 2024