ମାଲକାନଗିରି -ମାଲକାନଗିରି ଜିଲ୍ଲା ମାଥିଲିବ୍ଲକ ସଦର ସାଗର ସାହିରେ କେ. ଲକ୍ଷ୍ମୀ ନାମକ ଜଣେ ମହିଳା ଦିନେ ବେପାର ବାଣିଜ୍ୟ କରି ନିଜର ପୁଅ ଝିଅଙ୍କ ସହ ହସ ଖୁସିରେ ସଂସାର ଚଳାଉଥିଲେ |ତା ଙ୍କ ନାମରେ ଘର ଡିହ ଅଛି ରହିବାକୁ ଘର ବି ଥିଲା | ସ୍ୱାମୀଙ୍କ ଦେହାନ୍ତ ପରେ ଲକ୍ଷ୍ମୀ ସାପ୍ତାହିକ ହାଟଗୁଡିକ ବୁଲି ବ୍ୟବସାୟ କରି ପୁଅ ଝିଅଙ୍କ ଗୁଜୁରାଣ ମେଣ୍ଟାଇବା ସହ ଝିଅକୁ ଜୟପୁରରେ ବିବାହ କରେଇଥିଲେ |ସେହି ଦିନ ଠାରୁ କେତେବେଳେ ଜୟପୁରରେ ଝିଅ ଜ୍ୱାଇଁଙ୍କ ପାଖରେ ତ କେତେବେଳେ ମାଥିଲିରେ ରହୁଥିବା ଦେଖାଯାଉଥିଲା |ପୁଅ ଶ୍ରୀନୁ ମଧ୍ୟ ମାଆଙ୍କ ସହ ଯିବା ଆସିବା କରୁଥିଲା |ଝିଅ ଜ୍ୱାଇଁ ଙ୍କ ଚଳଣି ସେତେ ଭଲ ନୁହଁ |ଲକ ଡାଉନ ଯୋଗୁଁ ସାପ୍ତାହିକ ହାଟଗୁଡିକ ବନ୍ଦ ହୋଇଯିବାରୁ ଲକ୍ଷ୍ମୀର ବେପାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା |ଲକ୍ଷ୍ମୀ ଜୟପୁର ଚାଲିଯାଇଥିଲା |ସେ ଜୟପୁରରେ ରହିବା ସମୟରେ ଅସୁସ୍ଥ ହେବାରୁ ଜୟପୁର ମେଡିକାଲରେ ଭର୍ତି ହୋଇଥିଲେ |ବେଳେବେଳେ ଝିଅଜ୍ୱାଇଁ ମେଡିକାଲକୁ ତା ପାଖକୁ ଯାଆନ୍ତି| ସେ ଏକାକି ମେଡିକାଲରେ ରହୁଥିଲା |ଦିନେ ମେଡ଼ିକାଲରେ ପଡିଯିବାରୁ ହାତ ଭlଙ୍ଗୀ ଯାଇଥିଲା |ମେଡିକାଲରେ କେତେଦିନ ରହିବା ପରେ ଦେହ ସୁସ୍ଥ ହେବାରୁ ଝିଅ ଜ୍ୱାଇଁଙ୍କ ପାଖକୁ ଯାଇଥିଲା |ସେତିକି ବେଳେ ଲକ୍ଷ୍ମୀକୁ ଘରେ ରଖିବାକୁ ଝିଅଜ୍ୱାଇଁ ମନା କରିଦେବାରୁ ସେ ମାଥିଲି ଚାଲି ଆସିଥିଲା |ମାଆର ଅନୁପିସ୍ଥିତିରେ ପୁଅ ଶ୍ରୀନୁ ମାଥିଲିରେ ଥିବା କୁଡ଼ିଆ ଘରର ସମସ୍ତ ଜିନିଷ ପତ୍ର ବିକାବିକି କରି ଘରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା |ମାଆର ଅନୁପସ୍ଥିତିରେ ଶ୍ରୀନୁର ଖାଇବା ପିଇବାରେ ଅସୁବିଧା ହେଲା |ମାଥିଲିରେ ତାର କିଏ ନ ଥିବାରୁ ବାର ଦ୍ଵାର ହୋଇ ବୁଲୁଥିଲା ଓ ଶେଷରେ ମଦ୍ୟପ ହୋଇଯାଇଥିଲା |ଲକ୍ଷ୍ମୀ ମାଥିଲି ଆସି ଦେଖେ ତ ତାର ଘର ଆଉ ନାହିଁ |କରୋନା କାଟକଣା ଯୋଗୁଁ ଦୋକାନଗୁଡିକ ଶେଷରେ ସେ ଗୋଟିଏ ଫାଷ୍ଟ ଫୁଡ ଦୋକାନ ଆଗରେ ହିଁ ବାସ ସ୍ଥଳୀ କରି ନେଇଥିଲା |ସାହି ବାସିନ୍ଦା ଯିଏ ଯାହା ଦେଲେ ଖାଇ ରହୁଥିଲା |ଲକ୍ଷ୍ମୀର ଅସୁବିଧା ବିଷୟରେ ପ୍ରଶାସନ ଜାଣିବା ପରେ ମାଥିଲି ବିଡ଼ିଓ, ତହସିଲଦାର, ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତା ପାଖକୁ ଯାଇ ତାର ଅସୁବିଧା ବିଷୟରେ ପଚାରି ବୁଝିଥିଲେ |ବର୍ତମାନ ତାକୁ ମାଥିଲି ପଞ୍ଚାୟତ କାର୍ଯ୍ୟାଳୟରେ ରଖି ଖାଇବା ପିଇବା ଦେଇ ସେବା ସୁଶୃସା କରାଯାଉଛି |ଲକ୍ଷ୍ମୀ ବୃଦ୍ଧାଶ୍ରମରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ତାର ଦେହ ଠିକ ହେଲେ ମାଲକାନଗିରି ବୃଦ୍ଧାଶ୍ରମରେ ରଖାଯିବ ସ୍ଥିର କରାଯାଇଛି | ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ସର୍ଭେ ସମୟରେ ସେ ଅନୁପସ୍ଥିତ ଥିବାରୁ ଏହି ଯୋଜନାରୁ ବାଦ ପଡିଥିବା ଜଣାପଡିଛି |ଲକ୍ଷ୍ମୀଙ୍କୁ ଅତି ଶୀଘ୍ର ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ତରଫରୁ ଜଣାଇଦିଆଯାଇଛି !
Related Stories
November 23, 2024