
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ସ୍ଥାନୀୟ ସର୍କିଟ ହାଉସ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ଖୋର୍ଦ୍ଧା ଏବଂ ପୁରୀ ଖଣ୍ଡର ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ସଡକ ଓ କୋଠାବାଡି ନିର୍ମାଣ ସଂକ୍ରାନ୍ତୀୟ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଭଡା ଯୋଜନାରେ ହୋଟଲ ପ୍ରାଚୀ ଠାରୁ ଷ୍ଟର୍ଲିଙ୍ଗ ରିଜର୍ଟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ ତୁରନ୍ତ ଆରମ୍ଭ କରିବା, ବିଭିନ୍ନ ପ୍ରକଳ୍ପ କାମ ଠିକଣା ସମୟରେ ଶେଷ କରିବା, ମଞ୍ଜୁର ପାଣ୍ଠିର ପ୍ରଭାବୀ ପରିଚାଳନା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି । ଜିଲ୍ଲାରେ ଉଚ୍ଚଶିକ୍ଷା ବିଭାଗର ଶେଷ ହୋଇଥିବା ସ୍ଥାନୀୟ ଏସି.ଏ.ଏସ୍ ଓ ସରକାରୀ ମହିଳା ମହାବିଦ୍ୟାଳୟର ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ସଂପର୍କରେ ସମୀକ୍ଷା କରିଛନ୍ତି । ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅବକାରୀ, ରାଜସ୍ବ,ଗୃହ, ପୂର୍ତ୍ତ, ହବିଶ୍ୟାଳୀ ଯୋଜନା କୋଠା, କ୍ରୀଡା ଆଦି ବିଭାଗର କୋଠା ନିର୍ମାଣ କାମର ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ପେଶାଲ ଇଞ୍ଜିନିୟର ଶ୍ରୀ ଆଶିଷ କୁମାର ସୁବୁଦ୍ଧି, ପୁରୀ ଖଣ୍ଡ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ରାୟ ଯୋଗ ଦେଇଥିଲେ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO