ସହଯୋଗ ସମିତିର ପ୍ରତିଷ୍ଠାତା ପ୍ରସନ୍ନ କୁମାର ମିଶ୍ରଙ୍କ ଏକାଦଶାହରେ ଏକ ସ୍ମୃତିଚାରଣ ସଭା
ନବକଳେବର ରୋଡ ସ୍ଥିତ ସ୍ଵର୍ଗତ ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର
ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତିଙ୍କ ପୌରୋହିତ୍ୟରେ
ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭାଷାବିତ୍ ଡ. କୈଳାସ ଚନ୍ଦ୍ର ଟିକାୟତରାୟ , ଓଡିଶା ସଙ୍ଗୀତ
ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୀତିକାର ବଦ୍ରି ମିଶ୍ର , ସାହିତ୍ୟିକ ମାନସ ମହାପାତ୍ର ।
ଶୈଳବାଳା ମହାପାତ୍ର , ତ.ହେମନ୍ତ କୁମାର ଛୋଟରାୟ , କ୍ରୀଷ୍ଣା ମହାପାତ୍ର , ବିପିନ ବିହାରୀ
ଦଳାଇ , ଶ୍ୟାମପ୍ରକାଶ ସେନାପତି , ସଙ୍ଗୀତକାର ପ୍ରକାଶ ଚନ୍ଦ୍ର ରଥ , ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ
ସଂସଦର ସମ୍ପାଦକ ମହେନ୍ଦ୍ର ବିଶୋଇ , ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ , ମିନତୀ ପଟନାୟକ,
ଲକ୍ଷ୍ମୀଧର ମାଝା , ଆଡଭୋକେଟ ଦେବାଶିଷ ଦାସ , ସର୍ବେଶ୍ୱର ନନ୍ଦ , ଶିବରାମ ପ୍ରଧାନ ପ୍ରମୁଖ
ଯୋଗଦେଇ ସ୍ଵର୍ଗତ ମିଶ୍ରଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବକ୍ତାମାନେ ସର୍ଗତ ମିଶ୍ରଙ୍କୁ ଜଣେ ସୁସାହିତ୍ୟିକ , ବିଶିଷ୍ଟ ସମବାୟବିତ୍
ତଥା ସଂସ୍କୃତି ପ୍ରେମୀ ଭାବରେ ବର୍ଣ୍ଣନା କରି ପୁରୀ ଆଜି ଜଣେ ଦକ୍ଷ ସଂଗଠକ ତଥା ସଂସ୍କୃତି ଓ
ଭାଷା ପ୍ରେମୀକୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ । ସମବାୟ ଆନ୍ଦୋଳନ , ସାହିତ୍ୟ
ସଂସ୍କୃତି ସୁରକ୍ଷା କ୍ଷେତ୍ରରେ ସ୍ଵର୍ଗତ ମିଶ୍ରଙ୍କ ଅତୁଳନୀୟ ଅବଦାନ ଏବଂ ତାଙ୍କର ସରଳ,ଅମାୟିକ
ବ୍ୟକ୍ତିତ୍ବ ଏବଂ ସମୟାନୁବର୍ତିତା ସଂପର୍କରେ ବକ୍ତାମାନେ ଆଲୋଚନା କରିଥିଲେ । ପ୍ରାରମ୍ଭରେ
ସର୍ଗତ ମିଶ୍ରଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ନୀରବ ପ୍ରାର୍ଥନା
କରାଯାଇଥିଲା । ଏହି ସ୍ମୃତିଚାରଣ ସଭାରେ ସର୍ଗତ ମିଶ୍ରଙ୍କ ବିଧବା ପତ୍ନୀ,ପୁଅବୋହ, ଏବଂ
ଆତ୍ମୀୟ ସଜନ ଉପସ୍ଥିତ ଥିଲେ ।
Related Stories
November 23, 2024