Related Stories
November 24, 2024
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଭଲ୍ୟୁନଟାରି ଏଜେନସି ଫର ସୋସିଆଲ ଆକ୍ସନ ମିଳିତ ଉଦ୍ୟମରେ ପୁରୀ ଜିଲ୍ଲାରେ ୩୦, ୦୦୦ ଉର୍ନ୍ନତ ନଡ଼ିଆ ଚାରା ବଣ୍ଟନ କରାଯିବା ପାଇଁ ସ୍ଥିର ହୋଇଛି |ଉର୍ନ୍ନତ ଶ୍ରୀଫଳ ଅଭିଯାନ ପକ୍ଷରୁ ଆଜି ପୁରୀ ସିଂହଦ୍ୱାର ଠାରେ ନଡ଼ିଆ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା |ଛତିଶା ନିଯୋଗ ନାୟକ ପଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ପ୍ରଭୁଙ୍କ ପାଖରେ ପୂଜାଅର୍ଚ୍ଚନା କରି ବିଶିଷ୍ଟ ସେବକ ଶ୍ରୀ ନୀଳମଣି ଗୁରୁଙ୍କ ହାତରେ ଆଜ୍ଞା ମାଳ ପଠାଇ ଥିଲେ |ସିଂହଦ୍ୱାରରେ ଆଜ୍ଞାମାଳ ପାଇଲା ପରେ ସାତୋଟି ନଡ଼ିଆ ଗଛ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ସମର୍ପଣ କରାଗଲା |ଆଗାମୀ ଜନ୍ମାଷ୍ଟମୀ ଦିନ ପୁରୀ ଗୋବର୍ଦ୍ଧନ ପୀଠରେ ନଡ଼ିଆ ଚାରା ରୋପଣର ଶୁଭାରମ୍ଭ କରାଯିବ |ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ସେବାୟତ ନୀଳମଣି ଗୁରୁ, ଭଗବାନ ସୁଆର (କଣ୍ଡୁରୀ ), ନାରିକେଳ ବୋର୍ଡର ସଦସ୍ୟ ବିଶ୍ୱନାଥ ରଥ, ଶରତ ଜୟସିଂ, ସାମାଜିକ କର୍ମୀ ଲଲାଟେନ୍ଦୁ ମିଶ୍ର, ସୌମେନ୍ଦ୍ର ଦାଶ, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ |କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପୂର୍ବାକର ଶ୍ରୀ ପ୍ରସାଦ ମହାନ୍ତି, କମଳ କୁମାର ଦାସ ଓ ଇତିଶ୍ରୀ ସୁନ୍ଦରାୟ |OIC ର ଅଧ୍ୟକ୍ଷ ପରେଶ ନାୟକ ଫନି ଆଧ୍ୟୁଷିତ ଅଞ୍ଚଳ ବୁଲି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାପାଇଁ ଉଦ୍ୟମରତ ଅଛନ୍ତି | ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟରର ଶ୍ରୀ ପ୍ରସାଦ ମହାନ୍ତି ଏହି ସୂଚନା ପ୍ରଦାନ କରିଛନ୍ତି |