
ବ୍ରହ୍ମପୁର: ଓଡ଼ିଶା ମୋ ପରିବାର ତରଫରୁ ସପ୍ତାହବ୍ୟାପି ଜୀବନବିନ୍ଦୁ କାର୍ଯ୍ୟକ୍ରମ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା ରବିବାର ଅପରାହ୍ନରେ ଶୁଭାରମ୍ଭ କରିଛନ୍ତି । ୭ଦିନ ଚାଲିବାକୁ ଥିବା ଏହି ରକ୍ତଦାନ ଶିବିର ଅଯଧ୍ୟାନଗରସ୍ଥିତ ପ୍ରାପ୍ତି କଲ୍ୟାଣ ମଣ୍ଡପ ପରିସରରେ ଆରମ୍ଭ ହୋଇଛି । ଦଳୀୟ କର୍ମୀମାନେ ଉତ୍ସାହିତ ହୋଇ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ତଥା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶା ମୋ ପରିବାରର ସଦସ୍ୟମାନଙ୍କୁ ଜୀବନବିନ୍ଦୁ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ । ଏହି ଅବସରରେ କରୋନା ମୁକାବିଲା ସକାଶେ ଓଡ଼ିଶା ମୋ ପରିବାର ତରଫରୁ ବିଧାୟକଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଆଗାମୀଦିନରେ ରକ୍ତ ଅଭାବ ପୂରଣ ହେବା ପର୍ଯ୍ୟନ୍ତ ଏଭଳି ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରଥମ ଦିନରେ ୩୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାଷ ମହାରଣା, ତୁମ୍ବନାଥ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ମଦନମୋହନ ଦଳାଇ, ମହାନଗର ଯୁବ ସଭାପତି ମୁକୁନ୍ଦ ଗୌଡ, ଉପସଭାପତି ଆର୍.ମୂରଲୀମୋହନ, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ରଜନୀଶ ମିଶ୍ର, ଦୁର୍ଗାପ୍ରସାଦ ପଣ୍ଡା, ସୁରେନ୍ଦ୍ର ମହାରଣା, ଅସିତ ସାବତ, ଅଜିତ ପଣ୍ଡା, ନଳିନୀ ଦେବଦର୍ଶି ଆଦି ବହୁ ବିଜେଡି କର୍ମୀ ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO