ଗଞ୍ଜାମ- ଗଞ୍ଜାମ ଜିଲ୍ଲାର ସହରାଚଂଳରେ ଆଜିଠୁ ଆରମ୍ଭ ହୋଇଛି ପଚଂମ ପର୍ଯ୍ୟାୟ ହେଲଥ୍ ସ୍କ୍ରିନିଂ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ୨୦୦ ଡ଼ାକ୍ତରଙ୍କୁ ହେଲଥ୍ ଯାଂଚ୍ ରେ ସାମିଲ୍ କରାଯାଇଛି । କେବଳ ବ୍ରହ୍ମପୁର ସହର ପାଇଁ ୫୦ ଡ଼ାକ୍ତର ନିୟୋଜିତ ରହିଛନ୍ତି । ୧୫୦ ଡ଼ାକ୍ତର ଜିଲ୍ଲାର ଅନ୍ୟ ସହରାଚଂଳରେ ଯାଂଚ୍ କରିବେ । ସେମାନଙ୍କୁ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ, ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏହି ହେଲଥ ଟିମ୍ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ୍ ସହ ସେମାନଙ୍କର ଲକ୍ଷଣ ଦେଖିବେ । ଟିମ୍ କଡ଼ାକଡ଼ି ଭାବେ ଅକ୍ସିମିଟର ଯାଂଚ୍ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । କୌଣସି ରୋଗୀଙ୍କ ଠାରେ ଲକ୍ଷଣ ପ୍ରକାଶ ପାଉଥିବା ଦେଖିଲେ, ତୁରନ୍ତ ସ୍ୱାସ୍ଥ୍୍ୟ ବିଭାଗକୁ ଜଣାଇବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜିଲ୍ଲାରେ ୪ ଟି ପର୍ଯ୍ୟାୟରେ ହେଲଥ ସ୍କ୍ରିନିଂ ହୋଇଛି ।