ଭୁୁବନେଶ୍ୱର – ଅଗଷ୍ଟ ୭ରୁ ଅଗଷ୍ଟ ୮ ସକାଳ ଯାଏ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟରେ ମୋଟ ୧୦ଟି ମାମଲା ରୁଜୁ କରା ଯାଇଛି । ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
ଏହି ମାମଲା ମଧ୍ୟରେ ୯ଟି ମାମଲା ଲକ ଡାଉନ ଉଲ୍ଲଂଘନ ସମ୍ପର୍କିତ ହୋଇଥିବା ବେଳେ ଗୋଟିଏ ମାମଲା ଅନ୍ୟ ପ୍ରସଙ୍ଗରେ ରୁଜୁ କରା ଯାଇଛି ।
କଟକରେ ଗତ ୨୪ ଘଂଟା ମଧ୍ୟରେ ୧୪୭ ଜଣ ମାସ୍କ ପିନ୍ଧି ନ ଥିବାରୁ ଜୋରିମାନା
ଭୁବନେଶ୍ୱର – କଟକରେ ଗତ ୨୪ ଘଂଟା ମଧ୍ୟରେ ୧୪୭ଜଣ ମାସ୍କ ପିନ୍ଧି ନ ଥିବା କାରଣରୁ ଜୋରିମାନା ଆଦାୟ ହୋଇଛି । ସେହିପରି ଏହି ସମୟ ମଧ୍ୟରେ ୪୫୧ ଜଣ ସାମାଜିକ ଦୂରତ୍ୱ ନିୟମ ଅମାନ୍ୟ କରିଥିବା ନେଇ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା