ଭୁବନେଶ୍ୱର – ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଦେଶବ୍ୟାପୀ ପାଳନ କରାଯାଉଥିବାରୁ ଏହି ଉପଲକ୍ଷେ ଅକ୍ଟୋବର ୧ ଓ ୨ ତାରିଖ ରେ ଦୁଇ ଦିନିଆ ଜାତୀୟ ସଂହତି ଶିବିର ଅନୁÂିତ ହେବାକୁଯାଉଛି । ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତି ଓ ଗାନ୍ଧି ଶାନ୍ତି ପ୍ରତିÂାନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
ଏହି କାର୍ଯ୍ୟକ୍ରମରେ ଦେଶର ବରିÂ ସ୍ୱାଧୀନତା ସଂଗ୍ରାମୀ , ଗାନ୍ଧି ରଚନାତ୍ମକ କାର୍ଯ୍ୟକ୍ରମର ଅଗ୍ରଣୀ ନେତୃବୃନ୍ଦ , ଗାନ୍ଧିବାଦର ଚିନ୍ତାନାୟକ ଓ ମାର୍ଗ ଦର୍ଶକମାନେ ଯୋଗ ଦେବେ । ସାମ୍ପ୍ରତିକ ପରିପ୍ରେକ୍ଷୀରେ ଶାନ୍ତି, ଅହିଂସା , ଜାତୀୟ ସଂହତି ଓ ଗ୍ରାମ ବିକାଶ ଆଦି ଭିତିକ ଆଲୋଚନା ଚକ୍ର , ପ୍ରଦର୍ଶନୀ ଓ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁÂିତ ହେବ । ଅହିଂସା କୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସାକାର କରିବା ଲାଗି ରାଜ୍ୟ ବ୍ୟାପୀ ଚାଲିଥିବା ସ୍ୱାକ୍ଷର ଅଭିଯାନର ଉଦଯାପନ ସହିତ ବରିÂ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧି ରଚନାତ୍ମକ କାର୍ଯ୍ୟକ୍ରମର ଅଗ୍ରଣୀ ନେତୃବୃନ୍ଦଙ୍କ ଦ୍ୱାରା ଦସ୍ତଖତ ସମ୍ବଳିତ ପୁସ୍ତିକା ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ପଦ୍ମଶୀ୍ର ଭବାନୀ ଚରଣ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ତଥା ଅଭର୍ଥନା ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ଏହି ଶିବିରରେ ଗାନ୍ଧିଙ୍କ ଜୀବନୀ ସମ୍ପର୍କିତ ଫଟୋ ପ୍ରଦର୍ଶନୀ ଆୟୋଜିତ ହେବ । ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।