
କୈଳାସ ଚନ୍ଦ୍ର ପଣ୍ଡା, ପୁରୀ – ଦିନକୁ ଦିନ କରୋନା ମହାମାରୀ ସମଗ୍ର ରାଜ୍ୟରେ ତାର କାୟା ବିସ୍ତାର କରିବା ସହିତ ବିଭିନ୍ନ ଜେଲ ରେ ମଧ୍ୟ ବନ୍ଦୀ ଓ ଅନ୍ତେବାସୀ ମାନେ ସଂକ୍ରମିତ ହେଉଛନ୍ତି |ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟ ନ୍ୟାୟାଳୟ ଙ୍କ ନିର୍ଦେଶ କ୍ରମେ ଆଜି ପୁରୀ ଜିଲ୍ଲା ଏବଂ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଦ୍ୟୁତ କୁମାର ମିଶ୍ର ଉଭୟ ପୁରୀ ଜିଲ୍ଲା ଜେଲ ଏବଂ ନିମାପଡା ସବ ଜେଲ ପରିଦର୍ଶନ କରିଥିଲେ |ଏହି ସମୟରେ ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ଅରୂପ କୁମାର ପଟ୍ଟନାୟକ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅକ୍ଷୀଳେସ୍ୱର ସିଂହ, ଏ.ଡି.ମ ଶ୍ରୀ ସୁବାଷ ନାଥ ଶର୍ମା, ଦୁଇ ଜେଲ ର ଅଧିକ୍ଷକ ଏବଂ ଜେଲ ର ଚିକିତ୍ସକ ମାନେ ଉପସ୍ଥିତ ଥିଲେ |ଏହି ସମୟରେ ଜେଲରେ ଥିବା କୋଭିଡ ଆଇସୋଲେସନ ୱାର୍ଡ ମଧ୍ୟ ବୁଲି ଦେଖିଥିଲେ |ଏହା ସହିତ ବିଭିନ୍ନ ଅନ୍ତେବାସୀ ଏବଂ ବନ୍ଦୀମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ |ବନ୍ଦୀମାନଙ୍କୁ ଏହି ମହାମାରୀ ସମୟରେ ବିଭିନ୍ନ ପ୍ରକାର ସଚେତନତା ଯେପରିକି ସାମାଜିକ ଦୂରତା ଅବଲମ୍ବନ କରିବା, ମାସ୍କ ପରିଧାନ କରିବା ଏବଂ ହାତକୁ ବାରମ୍ବାର ଧୋଇବା ବିଷୟରେ ଅବଗତ କରାଇଥିଲେ |ବନ୍ଦୀମାନେ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ଅନୁଯାୟୀ ମାଗଣା ଆଇନ ସେବା ପାଇବା ପାଇଁ ଯୋଗ୍ୟ, ସେଥିପାଇଁ ବିଶେଷ କରି ଏହି ଦୁଇଟି କାରାଗାରରେ ‘legal aid clinic ‘କାର୍ଯ୍ୟ କରୁଛି ଏବଂ ବନ୍ଦୀମାନଙ୍କୁ ବିଭିନ୍ନ ଆଇନ ସହାୟତା ଯୋଗାଇ ଦେବା କଥା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ରାମରେଶ ମହାପାତ୍ର ସୂଚନା ଦେଇଛନ୍ତି |