-
ଦାଦାବଟି ନ ଦେବାରୁ ମିଥ୍ୟା ଖବର ପ୍ରସାର ଅଭିଯୋଗ

ବ୍ରହ୍ମପୁର: ମୋତେ ୫ ଲକ୍ଷ ଟଙ୍କା ଦିଅ ନଚେତ୍ ତୁମ ନାମରେ ଖବର ପ୍ରସାରଣ କରାଯିବ । ଯଦି ଦବ ତାହାହେଲେ କିଛି ହେବ ନାହିଁ, ନ ଦେଲେ ଖବର ବାଜିବ । ବ୍ୟବସାୟୀ ଟଙ୍କା ଦେବି ନାହିଁ ବୋଲି ରୋକ୍ଠୋକ୍ ମନା କରିଦେବା ପରେ ଏକ ନିର୍ଦ୍ଧିଷ୍ଟ ୱେବ୍ ଚ୍ୟାନେଲ୍ ପରିଚାଳକ ଜଣକ ସନ୍ତୋଷ କୁମାର ବେହେରାଙ୍କ ନାମରେ କପୋଳକଳ୍ପିତ ଖବର ପ୍ରସାରଣ କରିଥିଲେ । ପ୍ରସାରିତ ଖବରରେ ସନ୍ତୋଷଙ୍କୁ ଏକ ଡକାୟତ ଏବଂ ଅପରାଧୀ ଭଳି ଚିତ୍ରଣ କରିିଥିଲେ । ତେଣୁ ସନ୍ତୋଷ ଆଜି ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଏ ନେଇ ସନ୍ତୋଷଙ୍କ ପରାମର୍ଶଦାତା ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡା, ଅନୀଲ ପଣ୍ଡା, ଜଗନ୍ନାଥ ମିଶ୍ର, ତାପସ ସାହୁ, ସୂର୍ଯ୍ୟ ନାରାୟଣ ଚୌଧୁରୀ, ବୁଲୁ ପଟ୍ଟନାୟକ, ବାପୁଜି ପଟ୍ଟନାୟକ, ସୁଧୀର ପାତ୍ର ପ୍ରମୁଖ ଏସପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏସପି ଶ୍ରୀ ମିଶ୍ର ଘଟଣା ଶୁଣିବା ପରେ ଏ ନେଇ ତଦନ୍ତ ହେବ ବୋଲି କହିଥିଲେ । ପୂର୍ବରୁ ଏ ନେଇ ସନ୍ତୋଷ ବଡବଜାର ଥାନାରେ ଅଭିଯୋଗ କରିଥିଲେ । ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ପରେ ତାହାର ନକଲ ସନ୍ତୋଷ ବେହେରା ଏବଂ ତାଙ୍କ ଆଇନଜୀବୀଙ୍କୁ ମିଳିଥିଲା । ସମ୍ପୃକ୍ତ ୱେବ୍ ଚେନାଲ୍ କଣ ଦେଖି ବ୍ୟବସାୟୀ ସନ୍ତୋଷ ବେହେରାଙ୍କୁ ଏକ ଅପରାଧୀ ଭାବେ ଚିତ୍ରଣ କରି ଚ୍ୟାନେଲ୍ରେ ଖବର ପ୍ରସାରଣ କରିଥିଲେ ତାର ତଦନ୍ତ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁଧାଂଶୁ ପଣ୍ଡା ଦାବି କରିଛନ୍ତି । ଆବଶ୍ୟକ ପଡିଲେ ମାନହାନୀ ମକଦ୍ଦମା ମଧ୍ୟ କରାଯିବ ବୋଲି ସେ କହିଛନ୍ତି । ବ୍ୟବସାୟୀ ସନ୍ତୋଷ କହିଛନ୍ତି ଯେ, ନିର୍ଦ୍ଧିଷ୍ଟ ଚ୍ୟାନେଲର ଜଣେ ବ୍ୟକ୍ତି ସନ୍ତୋଷଙ୍କୁ କିଛି ଦିନ ପୂର୍ବେ ଫୋନ୍ କରି ଧମକ ଦେବା ସହ ବଟି ମାଗିଥିଲେ । ବର୍ତମାନ ଉକ୍ତ ଫୋନ୍ କରିଥିବା ବ୍ୟକ୍ତିଙ୍କ ନାମରେ ମଧ୍ୟ ଅଭିଯୋଗ ହେବ ଏବଂ ତାଙ୍କ ନାମରେ ମଧ୍ୟ ମାମଲା ରୁଜୁ ହେବ ବୋଲି ସନ୍ତୋଷ ଏବଂ ତାଙ୍କ ଆଇନପରାମର୍ଶଦାତା ସୁଧାଂଶୁ ପଣ୍ଡା କହିଛନ୍ତି । ଅନ୍ୟପକ୍ଷରେ ବ୍ୟବସାୟୀ ସନ୍ତୋଷ ବେହେରା ପୂର୍ବରୁ ଅନେକ ସମାଜସେବା କାର୍ଯ୍ୟ କରିବା ସହ ମହାମାରୀ ଏବଂ ଫାଇଲିନ୍ ସମୟରେ ଗରୀବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରି ବ୍ରହ୍ମପୁର ସହରବାସୀଙ୍କ ନିକଟତର ହୋଇଛନ୍ତି । ହଠାତ୍ ତାଙ୍କ ନାମରେ ମିଥ୍ୟା ଚିତ୍ରଣକୁ ସେ ଘୋର ନିନ୍ଦା କରିଥିବା କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO