କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଓଡିଶାର ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ନାରାୟଣ ମହାରଣାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଦେବୀଘାଟ ସ୍ଥିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାମାଧବ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ମହାରଣା, ଶିକ୍ଷାବିତ ବିଜୟ କୁମାର ପଣ୍ଡା, ଅଭିନେତା ପ୍ରସନ୍ନ କୁମାର ମିଶ୍ର, ସାହିତ୍ୟିକ ଦେବୀପ୍ରସନ୍ନ ନନ୍ଦ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ଗୀତିକାର ବିମଲ କୃଷ୍ଣ ଦାସ, ଅଭିନନ୍ଦନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ଚିତ୍ରଶିଳ୍ପୀ ଶଶୀକାନ୍ତ ସାହୁ, ଅଧ୍ୟାପକ ଅଜିତ କୁମାର ମୁଦୁଲି ପ୍ରମୁଖ ଯୋଗଦେଇ ଆମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିବା ସହ ସ୍ମୃତି ଚାରଣ କରିଥିଲେ |ପ୍ରକାଶ ଥାଉକି ଶିଳ୍ପୀ ନାରାୟଣ ପଟ୍ଟଚିତ୍ରର ଜଣେ ଚମତ୍କାର ଶିଳ୍ପୀ ଥିଲେ |ତାଙ୍କର ପ୍ରତିଟି ଚିତ୍ର ଥିଲା ଜୀବନ୍ତ |ଚିତ୍ରକଳା ସହିତ ସ୍ଥାପତ୍ୟ କଳାରେ ମଧ୍ୟ ସେ ଜଣେ ସୁଦକ୍ଷ ଶିଳ୍ପୀ ଥିଲେ |ମହାପ୍ରଭୁଙ୍କ ଅନବସର ସମୟରେ ପୂଜାପାଉଥିବା ପଟିଦିଅଁ ଅଙ୍କନ ଠାରୁ ଆରମ୍ଭ କରି ରଥରେ ମଧ୍ୟ ସେ ଚିତ୍ର ଅଙ୍କନ କରୁଥିଲେ |ସେ ତାଙ୍କର ପ୍ରତିଭା ଲାଗି ରାଜ୍ୟ ଲଳିତ କଳା ଏକାଡେମୀ ପୁରସ୍କାର, ରାଷ୍ଟ୍ରପତି ପୁରସ୍କାର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ |
Related Stories
November 22, 2024