-
ଶ୍ରୀମତୀ ସୁଷମା ସ୍ୱରାଜ ଙ୍କ ତିରୋଧାନ ଦିବସକୁ ମନେପକେଇ ସାମୁହିକ ଦୀପଦାନ

କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୬/୦୮/୨୦୨୦,କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ସାହାଙ୍କ ଆଶୁ ଆରୋଗ୍ୟ କାମନା ସହ ଶ୍ରୀମତୀ ସୁଷମା ସ୍ୱରାଜ ଙ୍କ ତିରୋଧାନ ଦିବସକୁ ମନେପକାଇ ଭାରତୀୟ ଜନତା ମହିଳା ମୋର୍ଚ୍ଚା ତରଫରୁ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜ୍ୟୋତି ମହାପାତ୍ରଙ୍କ ନେତୃତ୍ୱରେ ଶ୍ରୀଗୁଣ୍ଡିଚା ମନ୍ଦିର ପାର୍ଶ୍ୱରେ ଥିବା ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଏକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏଥିରେ ମାନନୀୟ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ନାରୀନେତ୍ରୀ ଚୌଧୁରୀ ମନସ୍ବିନୀ ଦାସ, ଚନ୍ଦ୍ରଲେଖା କର, ପୂର୍ଣ୍ଣିମା ସାହୁ, ସ୍ମିତାଞ୍ଜଳୀ ପତି, ବାସନ୍ତୀ ବେହେରା, ଜୟନ୍ତୀ ପଟ୍ଟନାୟକ, ଆରତୀ ମିଶ୍ର, ମିନଲତା ମହାନ୍ତି, ରାଜଲକ୍ଷ୍ମୀ, ସବିତା ଆଚାର୍ଯ୍ୟ, ମନୋରମା ନନ୍ଦ ପ୍ରଭୁତି ଉପସ୍ଥିତ ରହି ଦୀପଦାନ କାଟିଥିଲେ |ଶରଧାବାଲି ମଣ୍ଡଳ ସଭାପତି ସଞ୍ଜିବ ମୁଖାର୍ଜୀ ମଧ୍ୟ ଉପସ୍ଥିତ ଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO