କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୬/୦୮/୨୦୨୦,କରୋନା କଟକଣା ଥିବାବେଳେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କର ନିର୍ଦେଶ ଅନୁସାରେ ମାର୍ଚ୍ଚ ୨0 ତାରିଖ ପରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି |ସମ୍ପୂର୍ଣ୍ଣ ପ୍ରବେଶ ନିଷେଧ କରାଯିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାରରେ ସେଥିପାଇଁ ନିର୍ଦେଶ ନାମା ସ୍ପଷ୍ଟ ଭାବରେ ଲେଖାଯାଇଛି |
ସାଇନ ବୋର୍ଡ ଲଗାଯାଇ ସାଧାରଣ ଜନତାଙ୍କୁ ଜଣାଇ ଦିଆଯାଇଛି |ଆଜି କିଛି ପ୍ରଚାର ମାଧ୍ୟମରେ ପ୍ରଚାରିତ ହୋଇଛି କି ଅନଲାଇନ ରେ ନାମ ପଞ୍ଜିକରଣ କରି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ |ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ପ୍ରସାଶକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ କୌଣସି ନିଷ୍ପତି ହୋଇନାହିଁ । କିଛି ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହୋଇଥିବା ଜଣାପଡ଼ିଛି । ସାଧାରଣ ଲୋକମାନେ ବିଭ୍ରାନ୍ତ ନହେବା ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ନିବେଦନ କରିଛନ୍ତି । ପରିଚାଳନା କମିଟି ସଦସ୍ୟ ଦେଇଥିବା ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ମତ ହୋଇଥାଇପାରେ ଏଭଳି ବିଭ୍ରନ୍ତୀକର ସୂଚନାକୁ ସେ ଖଣ୍ଡନ କରିଛନ୍ତି ।