ଭୁବନେଶ୍ୱର – ଆସନ୍ତାକାଲି ଠାରୁ ସରକାରୀ ବ୍ୟାଙ୍କ୍ ଗୁଡିକର କାର୍ଯ୍ୟର ଅବଧି ପରିବର୍ତନ ହେବ । ଏଥିକି ବ୍ୟାଙ୍କ୍ ଗୁଡିକ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଖୋଲାରହିବ । ସମାନ ସମୟ ଅବଧି ପାଳନ କରିବାପାଇଁ ଘରୋଇ ବ୍ୟାଙ୍କ୍ ମାନଙ୍କୁ ମଧ୍ୟ କୁହାଯାଇଛି ।
ପୂର୍ବରୁ ଏନେଇ କୁହାଯାଉଥିବା ବେଳେ ଆଜି ଏହାକୁ ନୀତିଗତ ଭାବେ ଲାଗୁ କରାଯିବା ନେଇ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକରେ ନିଷ୍ପତି ନିଆଯାଇଛି । ଲୋକମାନଙ୍କର ସୁବିଧା ପାଇଁ ଏହି ନିଷ୍ପତି ନିଆଯାଇଛି ବୋଲି ବୈଠକ ପରେ ୟୁକୋ ବ୍ୟାଙ୍କର ଅଧ୍ୟକ୍ଷ ଅତୁଲ ଗୋୟଲ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଅନେକ ବ୍ୟାଙ୍କ୍ ର କାର୍ଯ୍ୟ ସମୟ ଭିନ୍ନ ଭିନ୍ନ ରହିଥିଲା । ଯାହା ଫଳରେ ବ୍ୟାଙ୍କ୍ ଗ୍ରାହକ ମାନେ ବହୁତ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା ।