
ସାନଖେମୁଣ୍ଡି: ବୁଧୁବାର ଦିନ ପାଟପୁର ଥାନା ଏସ ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି।ପ୍ରତାପଗିରି ଗ୍ରାମର ଜଣେ 72 ବର୍ଷୀୟ ବୃଦ୍ଧ ଗାଁ କୋଠ ଘରେ ଶୋଇ ଥିବା ବେଳେ ବେକ କାଟି ହତ୍ୟା କରାଯାଇଛି।ଯାହାକି ଏସ ଗୋପାଳ ପୁର ପଞ୍ଚାୟତ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି।ସବୁ ଦିନ ଭଳି ସେହି ଗ୍ରାମର ଅର କରଡା ପାତ୍ର ଗାଁ କୋଠ ଘରେ ଶୋଇ ଥିଲେ ପାଖରେ ଅନ୍ୟ ଚାରି ଜଣ ଲୋକ ମଧ୍ୟ ରାତି ରେ ଶୋଇ ଥିଲେ।ତଥାପି କେହି ଦୁର୍ବୁତ୍ତ ଆସି ଧାରୁଆ ଅସ୍ତ୍ର ସାହାଯ୍ୟ ରେ ବେକ ଟିକୁ ନିର୍ମମ ଭାବେ କାଟି ହତ୍ୟା କରି ଥିବାର ସକାଳୁ କରଡା ର ପୁଅ ଭୀମ ପାତ୍ର ଦେଖି ପାଟପୁର ପୋଲିସ କୁ ଖବର ଦେଇଥିଲା।ଘଟଣା ସ୍ଥଳକୁ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଏସଅଇ ଶୁଭ୍ରଜିତ ସାମନ୍ତରା ସାଇଣ୍ଟିଫିକ ଟିମ ପହଞ୍ଚି ସନ୍ଧାନୀ କୁକୁର ସାହଯ୍ୟ ତଦନ୍ତ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଶବ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ଶବ ବ୍ୟବଚ୍ଛେଦ ପାଇ ପଠେଇ ଥିଲା।ମୃତ ବ୍ୟକ୍ତି ଙ୍କ ପୁଅ ର ଏତଲା କ୍ରମେ ପୋଲିସ ୧୮୮/୨୦ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO