

Related Stories
May 4, 2025
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ଶିଳାନ୍ୟାସ ଦିବସରେ ଆଜି ସିଂହଦ୍ୱାରଠାରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏକଲକ୍ଷ ଏକ ବଳିତାର ମହାଦୀପ ଦାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ କରାଯାଇଛି |ଅଯୋଧ୍ୟା ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ ରାଏ ଆସିବା ମାତ୍ରେ ୨୨/୧୧/୨୦୧୯ ତାରିଖରେ ପୁରୀରୁ ମହୋଦଧି ଜଳ, ଶ୍ରୀମନ୍ଦିରରୁ ଦୁଇଖଣ୍ଡ ପଥର, ମାଳ ମହାର୍ଦ୍ଧ ଧରି ଅଯୋଧ୍ୟା ଯାତ୍ରା କରିଥିଲା ଶ୍ରୀଜଗନ୍ନାଥ ସେନା |ସେଠାରେ ଆମେ ଆମର ଝାଳ ବୁହା ଧନରୁ ଏକଲକ୍ଷ ଏକ ଟଙ୍କା ରାମମନ୍ଦିର ନିର୍ମାଣ ପାଇଁ ଓ ଏକଲକ୍ଷ ଏକ ଟଙ୍କା ମସଜିଦ ନିର୍ମାଣ ପାଇଁ ଦାନ କରିଥିଲୁ |ଏବେ ଶ୍ରୀରାମ ମନ୍ଦିର ନିର୍ମାଣ ହେଉଥିବାରୁ ସମଗ୍ର ଦେଶରେ ଖୁସିର ଲହରୀ ଖେଳୁଛି |ଉଭୟ ମନ୍ଦିର ଓ ମସଜିଦ କୁ ଦାନ କରିବାର କାରଣ ଜଗନ୍ନାଥ ସଂସ୍କୃତିରେ ଦାସିଆ ବାଉରୀ ଓ ସାଲବେଗ ଉଭୟେ ପରମଭକ୍ତ ଓ ଖୋଦ କାଳିଆ ସାଆନ୍ତେ ଅନ୍ୟାନ୍ୟ ଧର୍ମର ଭକ୍ତଙ୍କ ପାଇଁ ରତ୍ନସିଂହାସନ ଛାଡି ଶ୍ରୀମନ୍ଦିର ବାହାରକୁ ଆସି ରଥଯାତ୍ରା କରନ୍ତି |ଏଭଳି ଭାଇଚାରା କେଉଁଠାରେ ଦେଖିବା ବିରଳ |ଏହି ପରିପ୍ରେକ୍ଷୀରେ ଆମେ ପ୍ରାର୍ଥନା କରିଥିଲୁ ଯେ ଖାଲି ରାମମନ୍ଦିର ତିଆରି ହୋଇଗଲେ କିଛି ପରିବର୍ତ୍ତନ ହେବ ନାହିଁ ବରଂ ରାମରାଜ୍ୟ ପ୍ରତିଷ୍ଠା ହେବା ଦରକାର |ବର୍ତ୍ତମାନ ଘରେ ଘରେ ହିଂସା ବାଦ, ଚୋରି, ଡକାୟତି, ରାହାଜାନି, ଧର୍ଷିତା, ଲୁଟ ପାଟ, ହତ୍ୟାକାଣ୍ଡ ଇତ୍ୟାଦି ଲାଗିରହିଛି ଓ କଳିଯୁଗରେ କଳି ଚତୁର୍ପାର୍ଶ୍ୱରେ ରହିଛି |ଯଦି ଲୋକଙ୍କର ମାନସିକତାରେ ପରିବର୍ତ୍ତନ ହେବା ଦରକାର ଓ ସତ ଧର୍ମ ପ୍ରତିଷ୍ଠା ହେବା ସହ ଶାନ୍ତି ସ୍ଥାପନା ହେଲେ ହିଁ ପ୍ରକୃତ ରାମଲାଲାଙ୍କ ସ୍ବପ୍ନର ଭାରତରେ ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ ନଚେତ କିଛି ଲାଭ ନାହିଁ |ଆଜିର କାର୍ଯ୍ୟକ୍ରମରେ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦୁଇଟି ଦାବୀ ଉପସ୍ଥାପନା କରାଯାଇଛି |(୧)-ପୁରୀର ନାମ ସହ ଜଗନ୍ନାଥଙ୍କ ନାମକୁ ଯୋଡି ଶ୍ରୀଜଗନ୍ନାଥ ଧାମ ପୁରୀ କରାଯାଉ (୨)-ଅଯୋଧ୍ୟା କୁ ଶ୍ରୀରାମ ଧାମ ଅଯୋଧ୍ୟା କରାଯାଉ |ଏହି ଅଭିଯାନ କୁ ସାଢେ ଚାରି କୋଟି ଓଡ଼ିଆ ଓ ଶହେ ତିରିଶ କୋଟି ଭାରତୀୟ ଙ୍କ ପକ୍ଷରୁ ଆମେ ନବୀନ ବାବୁ ଓ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛୁ |ଏହି ଦାବୀ ପତ୍ର ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଲିଖିତରେ ଓଡିଶା ର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି |