
ବ୍ରହ୍ମପୁର:(ଆ ପ୍ର)ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ଜିଲ୍ଲା ପୁଲିସ ପ୍ରଶାସନ ର ପରାମର୍ଶ କ୍ରମେ କରାେନା ଯୋଦ୍ଧା ମାନଙ୍କ ତ୍ୟାଗ ଓ ପରିଶ୍ରମକୁ ସମ୍ମାନ ଜଣାଇବାକୁ ଆସିକା ଥାନା ପରିସରରେ ସନ୍ଧ୍ୟା 6 ଟାରେ ଏକ ମିନଟ ଲାଗି ନିରବ ପାର୍ଥନା ସହ ଯୋଦ୍ଧା ମାନଙ୍କୁ ଉଛାହିତ କରିବା ପାଇଁ ଶପଥ ପାଠ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ,ଅତିରିକ୍ତ ଡ଼ିଏସପି ହିମାଂଶୁ ଭୂଷଣ ବେହେରା,ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଆମ ପୁଲିସ ସମିତିର ସଦସ୍ୟ ସତ୍ୟ ନାରାୟଣ ରଥ,ଏମ୍, ତାରିଣୀ ସେନାପତି,ସନ୍ତୋଷ କୁମାର ପାଣିଗ୍ରାହୀ, ଅଜିତ କୁମାର ପଟ୍ଟନାୟକ ଙ୍କ ସମେତ ପୁଲିସ କର୍ମଚାରୀ ମାନେ ସାମାଜିକ ଦୁରତ୍ୱକୁ ବଜାୟ ରଖି ମାସ୍କ ପରିଧାନ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲକ୍ଷ କରାଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO