

Related Stories
September 18, 2025
ବ୍ରହ୍ମପୁର:(ଆ ପ୍ର)ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ଜିଲ୍ଲା ପୁଲିସ ପ୍ରଶାସନ ର ପରାମର୍ଶ କ୍ରମେ କରାେନା ଯୋଦ୍ଧା ମାନଙ୍କ ତ୍ୟାଗ ଓ ପରିଶ୍ରମକୁ ସମ୍ମାନ ଜଣାଇବାକୁ ଆସିକା ଥାନା ପରିସରରେ ସନ୍ଧ୍ୟା 6 ଟାରେ ଏକ ମିନଟ ଲାଗି ନିରବ ପାର୍ଥନା ସହ ଯୋଦ୍ଧା ମାନଙ୍କୁ ଉଛାହିତ କରିବା ପାଇଁ ଶପଥ ପାଠ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ,ଅତିରିକ୍ତ ଡ଼ିଏସପି ହିମାଂଶୁ ଭୂଷଣ ବେହେରା,ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଆମ ପୁଲିସ ସମିତିର ସଦସ୍ୟ ସତ୍ୟ ନାରାୟଣ ରଥ,ଏମ୍, ତାରିଣୀ ସେନାପତି,ସନ୍ତୋଷ କୁମାର ପାଣିଗ୍ରାହୀ, ଅଜିତ କୁମାର ପଟ୍ଟନାୟକ ଙ୍କ ସମେତ ପୁଲିସ କର୍ମଚାରୀ ମାନେ ସାମାଜିକ ଦୁରତ୍ୱକୁ ବଜାୟ ରଖି ମାସ୍କ ପରିଧାନ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲକ୍ଷ କରାଯାଇଥିଲା ।